ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସୈଫାଇରେ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ

0
  • ଆଜି ପଞ୍ଚଭୂତରେ ଲୀନ ହେବେ ମୁଲାୟମ
  • ପୈତୃକ ଗାଁ ସୈଫାଇରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ
  • ମୁଲାୟମଙ୍କ ବିୟୋଗରେ ୩ଦିନିଆ ଶୋକ ଘୋଷଣା

ଉତ୍ତରପ୍ରଦେଶ: ଆଜି ପଞ୍ଚଭୂତରେ ଲୀନ ହେବେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ନିଜ ପୈତୃକ ଗାଁ ସୈଫାଇରେ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ; ଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବା ମୁଲାୟମ ସିଂ ଯାଦବଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ପରେ ସୋମବାର ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ସୈଫାଇକୁ ଅଣାଯାଇଥିଲା। ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ତାଙ୍କ ମୃତଦେହ ସୈଫାଇ ଗାଁର ଏକ ପେଣ୍ଡାଲରେ ରଖାଯିବ । ଅପରାହ୍ନ ପ୍ରାୟ ୨ଟାରେ ମୁଲାୟମ ସିଂ ଯାଦବଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନକୁ ନିଆଯିବ । ଏହା ପରେ ଅପରାହ୍ନ ୩ଟାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ତାଙ୍କ ଶବଦାହ କରାଯିବ ।

୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ । ୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଥିଲେ । ଏହାବାଦ ୧୯୯୬ରୁ ୯୮ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।

Leave A Reply

Your email address will not be published.