ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସୈଫାଇରେ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ

0
  • ଆଜି ପଞ୍ଚଭୂତରେ ଲୀନ ହେବେ ମୁଲାୟମ
  • ପୈତୃକ ଗାଁ ସୈଫାଇରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ
  • ମୁଲାୟମଙ୍କ ବିୟୋଗରେ ୩ଦିନିଆ ଶୋକ ଘୋଷଣା

ଉତ୍ତରପ୍ରଦେଶ: ଆଜି ପଞ୍ଚଭୂତରେ ଲୀନ ହେବେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ନିଜ ପୈତୃକ ଗାଁ ସୈଫାଇରେ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ; ଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବା ମୁଲାୟମ ସିଂ ଯାଦବଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ପରେ ସୋମବାର ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ସୈଫାଇକୁ ଅଣାଯାଇଥିଲା। ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ତାଙ୍କ ମୃତଦେହ ସୈଫାଇ ଗାଁର ଏକ ପେଣ୍ଡାଲରେ ରଖାଯିବ । ଅପରାହ୍ନ ପ୍ରାୟ ୨ଟାରେ ମୁଲାୟମ ସିଂ ଯାଦବଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନକୁ ନିଆଯିବ । ଏହା ପରେ ଅପରାହ୍ନ ୩ଟାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ତାଙ୍କ ଶବଦାହ କରାଯିବ ।

୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ । ୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଥିଲେ । ଏହାବାଦ ୧୯୯୬ରୁ ୯୮ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।

Leave A Reply

Your email address will not be published.