ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବଦଳିବ ମହାକଳେଶ୍ବର ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୮୫୦ କୋଟି

0
  • ଆଜି ମହାକାଳ କରିଡରର ଉଦଘାଟନ
  • ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ବିକାଶ ପାଇଁ ଖର୍ଚ୍ଚ ହେବ ୮୫୦ କୋଟି

ଉଜ୍ଜୟିନୀ; ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ହେଉଛି ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର । ଆଜି ବିଶ୍ବ ପ୍ରସିଦ୍ଧ ମହାକାଳ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି ।

ତେବେ ଆଜି ମୋଦୀ ଏହାର ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପକୁ ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ମହାକାଳ କରିଡରର୩୧୬ କୋଟି ଟଙ୍କାରେ ବିକଶିତ ହୋଇଛି। ୯୦୦ ମିଟର ଲମ୍ବର ଏହି କରିଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨ ଶହ ମିଟର ମୂର୍ତ୍ତି ରହିବ ।

ଏହି ପ୍ରକଳ୍ପରେ ପ୍ରବେଶ ପଥ ସବୁଠୁ ଅଧିକ ସୁସଜ୍ଜିତ କରାଯାଇଛି । ପାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କରିଡରରେ ରହିଛି । ଏହି ପ୍ରକଳ୍ପରେ ବିଦ୍ୟୁତଚାଳିତ ଯାନ, ଜରୁରୀକାଳୀନ ସୁବିଧା, ରହିବାର ସୁବିଧା, ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ମହାକାଳେଶ୍ୱର ମନ୍ଦିରରେ ଅପରାହ୍ନ ୫.୨୫ ରେ ପହଞ୍ଚିବେ । ସନ୍ଧ୍ୟା ୬.୨୫ ରୁ ୭.୫ ମଧ୍ୟରେ ମହାକାଳ କରିଡର ଲୋକାର୍ପିତ କରାଯିବ ।

Leave A Reply

Your email address will not be published.