ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !

0
  • ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍‌
  • ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !
  • ୭୮ ଦିନର ଘୋଷଣା ହେଲା ବୋନସ୍‌
  • ବୋନସ ପାଇଁ ଖର୍ଚ୍ଚ ହେବ ୧୮୩୨ କୋଟି

ନୂଆଦିଲ୍ଲୀ: ଦିପାବଳୀ ଉପଲକ୍ଷେ ରେଳ କର୍ମଚାରୀଙ୍କୁ ବଡ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦେବାକୁ ଘୋଷଣା କରାଯାଇଛି । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭, ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ପ୍ରଦାନ କରାଯିବ । ଏହାଦ୍ୱାରା ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ୧୮୩୨ କୋଟି ଟଙ୍କା ବୋନସ ପାଇବେ । ୭୮ ଦିନ ହିସାବରେ କର୍ମଚାରୀମାନଙ୍କୁ ୧୭,୯୫୧ ଟଙ୍କା ବୋନସ୍‌ ରାଶି ପ୍ରଦାନ କରାଯିବ । ଫଳରେ ରେଳବାଇର ପ୍ରାୟ ୧୧ ଲକ୍ଷ ୨୭ ହଜାର କର୍ମଚାରୀ ଏହା ଦ୍ୱାରା ଉପକୃତ ହେବେ ।

ଗତବର୍ଷ ବି କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ହିସାବରେ ବୋନସ ଦେଇଥିଲେ । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ ଟ୍ରାକ ମେଣ୍ଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଣ୍ଟ୍ରୋଲର ଓ ଗ୍ରୁପ ସି’ର ସବୁ କର୍ମଚାରୀ ଏହି ବୋନସ ପାଇବେ ।

Leave A Reply

Your email address will not be published.