ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନାସାର ‘ଡାର୍ଟ ମିଶନ’ ସଫଳ

0

ନାସାକୁ ମିଳିଛି ବଡ ସଫଳତା । ସଫଳ ହୋଇଛି ନାସାର ଐତିହାସିକ ଡାର୍ଟ ମିଶନ । ପୃଥିବୀ ଆଡକୁ ମାଡିଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଇଛି ଏହି ‘ଡାର୍ଟ ମିଶନ୍’ । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ଗୁଡିକର ଦିଗ ବଦଳାଇ ଦେଇଛି । ନାସାର ସବୁଠାରୁ ବଡ ପ୍ରୋଜେକ୍ଟ ରହିଥିଲା ‘ଡାର୍ଟ ମିଶନ୍’ । ମିଶନ ସଫଳ ହେବା ପରେ ନାସା ମୁଖ୍ୟ ବିଲ ନେଲସନ କହିଛନ୍ତି  ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକ ମହତ୍ୱପୂର୍ଣ୍ଶ ମାନବଜାତି ପାଇଁ ମଧ୍ୟ ସେତିକି ଜରୁରୀ ।

ସୂଚନାଯୋଗ୍ୟ: ପୃଥବୀ ଆଡକୁ ଆସୁଥିବା ଉଲକାପିଣ୍ଡର ଦିବ ବଦଳାଇବା ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତାର ପରୀକ୍ଷଣ ଆରମ୍ଭ କରିଥିଲା । ଆଉ ଏହାକୁ ନାସା ପକ୍ଷରୁ ଡାର୍ଟ ମିଶନ ନାଁ ଦିଆଯାଇଥିଲା । ଡବଲ ଆଷ୍ଟେରଏଡ ରିଡାଇରେକ୍ସନ ଟେଷ୍ଟର ଡାର୍ଟର ମହାକାଶଯାନ ସେପ୍ଟେମ୍ବର ୨୬ରେ ଡାଇମୋରଫୋସ ନାମକ ଏକ ଉଲକାପିଣ୍ଡକୁ ଧକ୍କା ଦେଇଥିଲା ।  ୩୩୦ ନିୟୁତ ଡଲାର ବ୍ୟୟରେ ଦୀର୍ଘ ୭ବର୍ଷ ଧରି ନିର୍ମାଣ ହୋଇଥିବା ପ୍ରଫ-ଅଫ-କନସେପ୍ଟ ଡାର୍ଟ ମିଶନର ସଫଳତା ଭବିଷ୍ୟତରେ ପୃଥବୀକୁ ଗ୍ରହାଣୁ ଧକ୍କାର ରକ୍ଷା କରିବ ବୋଲି ବୈଜ୍ଞାନିକ କହିଛନ୍ତି ।ଏହି ଗ୍ରହାଣୁଟି ପ୍ରତି ୧୧ ଘଣ୍ଟା ୫୫ ମିନିଟ୍‌ରେ ତା’ଠାରୁ ୫ଗୁଣ ବଡ଼ ‘ଡିଡାଇମସ୍’ ନାମରେ ଆଉ ଏକ ଗ୍ରହାଣୁକୁ ପରିକ୍ରମା କରୁଛି । ଘଣ୍ଟାପ୍ରତି ୨୨,୫୩୧ କିଲୋମିଟର୍‌ ବେଗରେ ମହାକାଶଯାନ ‘ଡାର୍ଟ’ ତାକୁ ଧକ୍କା ଦେଇ ତା’ର କକ୍ଷପଥ ପରିବର୍ତ୍ତନ କରିବାରେ ସଫଳ ହୋଇଛି । ଫଳରେ ତା’ର ପରିକ୍ରମଣ ସମୟ ଅନ୍ୟୂନ ୧୦ ମିନିଟ୍‌ ହ୍ରାସ ପାଇଛି ବୋଲି ‘ନାସା’ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.