ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବାତ୍ୟାକୁ ଗୁଜବ ବୋଲି କହିଲା ଆଇଏମଡି

0

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ। କିନ୍ତୁ ବାତ୍ୟା ନେଇ ଯେଉଁ ଗୁଜବ ଉଠିଛି,ସେଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଏ ନେଇ ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କାରିନାହିଁ । ଏନେଇ କୌଣସି ପୂର୍ବାନୁମାନ କରିନଥିବା ଟ୍ୱିଟ କରି ସୂଚନା ଜାରି କରିଛି । ବାତ୍ୟା ନେଇ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେବେ ବଙ୍ଗୋପସାଗରରେ ଅନ୍ୟାନ୍ୟ ମଡେଲ ମହାବତ୍ୟା ନେଇ ସତର୍କ କରିଛନ୍ତି ।

Leave A Reply

Your email address will not be published.