ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ହିଜାବ ମାମଲାର ଶୁଣାଣି ସ୍ଥଗିତ, ନିଷ୍ପତ୍ତି ନେବେ ୟୁ ୟୁ ଲଳିତ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିନାହିଁ । ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନ ମତ ହେତୁ ଏହି ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଏହା ଉପରେ ନିଷ୍ପତ୍ତି ନେବେ।

ସୂଚନା ଅନଯାୟୀ ହିଜାବ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚିବା ପରେ ଶୁଣାଣି କରୁଥିବା ବେଂଚର ଦୁଇ ବିଚାରପତି ହିଜାବ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି ।ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟ ଦେବାବେଳେ କର୍ଣ୍ଣାଟକ ସରକାରଙ୍କ ତରଫରୁ ହିଜାବ ନିଷେଧାଦେଶ ଜାରି କରି ବିରୋଧକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହିତ ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ଏଭଳି ସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତ୍ତି ଯୋଗୁଁ ମାମାଲାର ଶୁଣାଣି ହୋଇପାରିନି।

ସୂଚନାଥାଉ କି, ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ପ୍ରଥମେ ବିରୋଧ ଆରମ୍ଭ ହେବା ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ବ୍ୟାପୀ ଯାଇଥିଲା। ପରେ ଏହା ଜାତୀୟ ପ୍ରସଙ୍ଗ ପାଲଟିଯାଇଥିଲା। ସୁପ୍ରିମକୋର୍ଟରେ ଲଗାତର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ ।

Leave A Reply

Your email address will not be published.