ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର?

0

ପୁରୀ : ଆସନ୍ତା ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପଡୁଛି ଉଭୟ ସୂର୍ଯ୍ୟୋପରାଗ ଚନ୍ଦ୍ରଗ୍ରହଣ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ହେବ, ରାଜ୍ୟବାସୀ କିଭଳି ପାଳିବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ କହିବା ଅନୁସାରେ, ୨୪ ତାରିଖ ଅପରାହ୍ନ ୫ଟା ୪୭ ପରେ ଅମାବାସ୍ୟା ଲାଗିବ। ୨୫ ତାରିଖ ରାତିକୁ ଅମାବାସ୍ୟା ନାହିଁ, ଏଣୁ ଏବର୍ଷ ୨୪ ତାରିଖ ଦିନ ଅମାବାସ୍ୟା ଲାଗିବା ପରେ ହିଁ ପୟାଶ୍ରାଦ୍ଧ, ଦୀପଦାନ, ବଡ଼ବଡ଼ୁଆ ଡାକ ଏବଂ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ୨୫ ତାରିଖରେ ସୂର୍ଯ୍ୟୋପରାଗ ରହିଛି।

ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ କହିବା କଥା ହେଉଛି, ଗତ ୨୨ ତାରିଖ ଛତିଶାନିଯୋଗ ଓ ଗତ ୨୯ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ପରେ ‌ସୂ‌େର୍ଯ୍ୟାପରାଗ ଓ ଚନ୍ଦ୍ରଗ୍ରହଣରେ କେଉଁ ସମୟରେ ନୀତିକାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି। ଅକ୍ଟୋବର ୨୫ ତାରିଖ ଦୀପାବଳି ଅମାବାସ୍ୟାରେ ସୂ‌େର୍ଯ୍ୟାପରାଗ ପଡ଼ୁଛି। ଏହି ଦିନ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ।

ସେହିଭଳି ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ତେଣୁ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ହେବ। ଏ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ବି ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପ‌ରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ।

Leave A Reply

Your email address will not be published.