ନୂଆଦିଲ୍ଲୀ: ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଏହା ହେଉଛି ହିମାଚଳ ପ୍ରଦେଶରୁ ଚାଲୁଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ଯାଏଁ ଚାଲିବ । ଏହା ହିମାଚଳରୁ ଦିଲ୍ଲୀ ଯାତ୍ରା କରିବାକୁ ୫ ଘଂଟା ସମୟ ଲାଗିବ । ସେହିପରି ଦିଲ୍ଲୀରୁ ଚଣ୍ଡିଗଡକୁ ମାତ୍ର ୩ ଘଂଟା ଲାଗିବ । ପୂର୍ବ ଅପେକ୍ଷା ଅଧିକ ଅପଡେଟ୍ ଓ ହାଲୁକା ହୋଇଥିବା ଯୋଗୁଁ କମ୍ ସମୟରେ ଅଧିକ ବେଗରେ ଗତି କରିବ । ମାତ୍ର ୫୨ ସେକେଣ୍ଡରେ ଏହା ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ । ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଚାଲିବ ଏହି ଟ୍ରେନ । ଏହା ପୂର୍ବରୁ ମୋଦି ୩୦ ସେପ୍ଟେମ୍ବରରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ।
ପ୍ରମୁଖ ଖବର
ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ