ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଓଡିଶା ଗସ୍ତରେ ସାଂସଦ ମଲ୍ଲିକାର୍ଜୁନ

0

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ସଭାପତି ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ମଲ୍ଲିକାର୍ଜୁନ ଖଡଗେ । ସେ ଓଡ଼ିଶାରେ ପହଞ୍ଚି ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ଏହି ସମୟରେ ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିବେ। ତେବେ ଖଡଗେ ସଂଧ୍ୟାରେ ଦିଲ୍ଲୀ ଫେରିଯିବର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଜାତୀୟ କଂଗ୍ରେସର ସଭାପତି ପ୍ରାର୍ଥୀଭାବେ ଶ୍ରୀ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ସମୁଦାୟ ୪୨୮ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ। ଜଣେ ଅଭିଜ୍ଞ ଓ ନିର୍ବିବାଦୀୟ ବ୍ୟକ୍ତି କାରଣରୁ ଓଡ଼ିଶାରୁ ତାଙ୍କୁ ଅଧିକ ଭୋଟ ମିଳିବାର ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୬ରେ ପ୍ରଚାର ଅଭିଯାନ ଶେଷ ହେବା ପରେ ୧୭ରେ ସମସ୍ତ ରାଜ୍ୟରେ ଭୋଟ ହେବ। ୧୯ରେ ଫଳାଫଳ ଆସିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.