ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ପଡିବ ଭୋଟ୍

0

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପଡିବ ଭୋଟ । ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ସମସ୍ତ ୬୮ ସିଟ୍ ପାଇଁ ନଭେମ୍ବର ୧୨ରେ ପଡିବ ଭୋଟ୍ । ଡିସେମ୍ବର ୮ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ପ୍ରେସମିଟ କରି ଘୋଷଣା କଲେ ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ଏବେ ସରଗରମ ହୋଇଛି ହିମାଚଳପ୍ରଦେଶ ରାଜନୀତି ।

ଆସନ୍ତା ୧୭ରେ ହିମାଚଳ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୨୭ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ପ୍ରଥମ ଥର ପାଇଁ ୧ ଲକ୍ଷ ୮୬ ହଜାରରୁ ଅଧିକ ନାଗରିକ ଭୋଟ ଦେବେ । ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍‌ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବ । କିଭଳି ସୁରୁଖୁରୁରେ ଲୋକ ଭୋଟ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନ କହିଛନ୍ତି, ୮୦ ବର୍ଷରୁ ଅଧିକ ବ୍ୟସ୍କ ଲୋକ, ଦିବ୍ୟାଙ୍ଗ ଓ କୋଭିଡ ସଂକ୍ରମିତ ଯେଉଁମାନେ ଭୋଟ ଦେବାକୁ ବୁଥକୁ ଯାଇପାରିବେନି, ସେମାନଙ୍କ ପାଇଁ ଘରକୁ ଯାଇ ମତଦାନର ବ୍ୟବସ୍ଥା କରାଯିବ । ସମସ୍ତ ବୁଥ୍‌ରେ ପ୍ରାର୍ଥୀ ମାନଙ୍କର ସମ୍ପତ୍ତି, ସେମାନଙ୍କର ଦକ୍ଷତା ଏବଂ ଯଦି ସେମାନଙ୍କର ଅପରାଧିକ ମାମଲା ଥାଏ ସେଗୁଡିକ ତଥ୍ୟ ବୁଥ୍‌ କେନ୍ଦ୍ରରେ ପ୍ରକାଶିତ କରାଯିବ ।

Leave A Reply

Your email address will not be published.