ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

୧୮ରେ ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ

0
  • ଆସନ୍ତା ୪୮ ଘଣ୍ଟା ଯାଏଁ ବିଭିନ୍ନ ସ୍ଥାନ ରେ ବର୍ଷା ଓ ବଜ୍ରପାତ ର ପ୍ରଭାବ
  • ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ

ଭୁବନେଶ୍ବର; ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଭାରତ ର ଅବଶିଷ୍ଟ ଅଞ୍ଚଳ ସମେତ ମହାରାଷ୍ଟ୍ର, ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତ ର କିଛି ଅଞ୍ଚଳ ରୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି।

ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡମାନ ସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କ୍ଷେତ୍ର କ୍ରମଶଃ ପଶ୍ଚିମ – ଉତ୍ତର – ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୦ ଅକ୍ଟୋବର ସୁଦ୍ଧା ଦକ୍ଷିଣ ପୂର୍ବ ତତ୍ ସଂଲଗ୍ନ କେନ୍ଦ୍ରୀୟ ଲଘୁଚାପ ରେ ପରିଣତ ହେବ। ଏହା ପରେ ସେହି ପଶ୍ଚିମ – ଉତ୍ତର – ପଶ୍ଚିମ ଦିଗ ରେ ଗତି କରି ୨୧/୨୨ ଅକ୍ଟୋବର ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟ ରେ ଡିପ୍ରେଶନ ର ରୂପ ନେଇ ପହଞ୍ଚିବା ସମ୍ଭାବନା ରହିଛି । ଏହା ପରେ ଏହି କ୍ଷେତ୍ର ପୂର୍ବ ଭାରତ ଉପକୁଳ ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇପାରେ।

ତେବେ ଏହି କ୍ଷେତ୍ର ବାତ୍ୟା ରେ ରୂପାନ୍ତରିତ ହେବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନାହିଁ ।ବିଭିନ୍ନ ମଡେଲ ମାନେ ଏହି କ୍ଷେତ୍ର ର ତୀବ୍ରତା, ସମୟ ଓ ଗତିପଥ କୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଯେତେବେଳେ ଏହି କ୍ଷେତ୍ର ସୃଷ୍ଟି ହେବ ସେତେବେଳେ ଏହି କ୍ଷେତ୍ର କେତେ ଘନୀଭୂତ ହେବ , ବାତ୍ୟା ରୂପ ନେବ ନା ନାହିଁ , ଯେଉଁ ଉପକୂଳ ଆଡ଼କୁ ଗତି କରିବ ଏହି ସବୁ ପ୍ରଶ୍ନ ର ଉତ୍ତର ମିଳିପାରିବ। ତେବେ ଏହି ସିଷ୍ଟମ୍ ଘନୀଭୂତ ହେବା ପାଇଁ ଉପାଦାନ ଗୁଡ଼ିକ ରହିଛି ଯଥା- ସମୁଦ୍ର ପୃଷ୍ଠ ର ତାପମାତ୍ରା ୨୭° ରୁ ଉଚ୍ଚ ରେ ରହିଛି। ଏମ୍ ଜେ ଓ ୬ ନ ଫେଜ୍ ରେ ରହିଛି। ଉତ୍ତମ ଉଇଣ୍ଡ ସିଆର୍, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ , ନେଗେଟିଭ ଆଇ ଓ ଡି ଇତ୍ୟାଦି ସିଷ୍ଟମ୍ କୁ ଘନୀଭୂତ କରେଇବା ପାଇଁ ସହାୟକ ହେବ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶା ର କିଛି ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ଏହା ସହ ରାଜ୍ୟ ର ଅନେକ ସ୍ଥାନ ରେ ବଜ୍ରପାତ ହେବାର ଆଶଙ୍କା ରହିଛି।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.