ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

0

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତେବେ ମହେଶଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି ।

ସୂଚନାନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଚିନ୍ନାଗଡ଼ିଲି ସ୍ଥିତ ଫ୍ଲାଟ, ଭୁବନେଶ୍ବର ସୁନ୍ଦରପଦାରେ ଥିବା ଫ୍ଲାଟ, ମୟୁରଭଞ୍ଜ ବାରିପଦା ମୁର୍ଗାବାଡି ସ୍ଥିତ ସରକାରୀ ବାସଭବନରେ ଚଢାଉ ଚାଲିଛି । ଭୁବନେଶ୍ଵର ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଛି । ଏଥିରେ ୩ ଜଣ ଡିଏସପି, ୧୨ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ଚଢାଉରେ ସାମିଲ ଅଛନ୍ତି । ଏବେବି ଜାରି ରହିଛି ଚଢାଉ ।

Leave A Reply

Your email address will not be published.