ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

0

ଶକ୍ତିଶାଳୀ ହେଉଛି ଭାରତର ଆଣବିକ ଶକ୍ତି କ୍ଷମତା । ଏଣିକି ଡ଼ରିବେ ଶତ୍ରୁପକ୍ଷ। ଆଇଏନ୍‌ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ କଲା ଭାରତ । ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି ଏହି କ୍ଷେପଣାସ୍ତ୍ର। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ବର୍ତ୍ତମାନ ବଙ୍ଗୋପସାଗରରେ ନିୟୋଜିତ ହେବ । ଏହାପରେ ପାଣି ଭିତରେ ହିଁ ଚୀନ୍ ଓ ପାକିସ୍ତାନକୁ ଭାରତ ଟାର୍ଗେଟ୍ କରିବାରେ ସକ୍ଷମ ହୋଇପାରିବ । ଆଇଏଏସ୍ ଅରିହନ୍ତ ବୁଡାଜାହାଜ ସବୁ ପ୍ରକାରରେ କ୍ଷମତା ସମ୍ପର୍ଣ୍ଣ ବୋଲି ଏହି ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣରୁ ପ୍ରମାଣ ହୋଇଛି ।

ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ । ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା ।ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ। ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା ।

ଏହି ବୁଡ଼ାଜାହାଜକୁ ପରମାଣୁ ଶକ୍ତି ସଂପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।ଶତ୍ରକୁ ଉଚିତ ଜବାବ ଦେବା ପରି କ୍ଷମତା ଭାରତ ହାସଲ କରିବାକୁ ସକ୍ଷମ ହୋଇଛି । ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ବାଲିଷ୍ଟିକ ମିସାଇଲ ସବମେରିନ ତିଆରି କରିଥିବାବେଳେ ସବମେରିନରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଦୁଇଟି ମିସାଇଲ କେ-୧୫ ଓ କେ-୪ ହାସଲ କରିଛି । କେ-୪ କ୍ଷେପଣାସ୍ତ୍ର ୩ ହଜାର ୫୦୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ହାସଲ କରିଛି ।

Leave A Reply

Your email address will not be published.