ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

0

ଶକ୍ତିଶାଳୀ ହେଉଛି ଭାରତର ଆଣବିକ ଶକ୍ତି କ୍ଷମତା । ଏଣିକି ଡ଼ରିବେ ଶତ୍ରୁପକ୍ଷ। ଆଇଏନ୍‌ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ କଲା ଭାରତ । ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି ଏହି କ୍ଷେପଣାସ୍ତ୍ର। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ବର୍ତ୍ତମାନ ବଙ୍ଗୋପସାଗରରେ ନିୟୋଜିତ ହେବ । ଏହାପରେ ପାଣି ଭିତରେ ହିଁ ଚୀନ୍ ଓ ପାକିସ୍ତାନକୁ ଭାରତ ଟାର୍ଗେଟ୍ କରିବାରେ ସକ୍ଷମ ହୋଇପାରିବ । ଆଇଏଏସ୍ ଅରିହନ୍ତ ବୁଡାଜାହାଜ ସବୁ ପ୍ରକାରରେ କ୍ଷମତା ସମ୍ପର୍ଣ୍ଣ ବୋଲି ଏହି ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣରୁ ପ୍ରମାଣ ହୋଇଛି ।

ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ । ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା ।ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ। ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା ।

ଏହି ବୁଡ଼ାଜାହାଜକୁ ପରମାଣୁ ଶକ୍ତି ସଂପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।ଶତ୍ରକୁ ଉଚିତ ଜବାବ ଦେବା ପରି କ୍ଷମତା ଭାରତ ହାସଲ କରିବାକୁ ସକ୍ଷମ ହୋଇଛି । ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ବାଲିଷ୍ଟିକ ମିସାଇଲ ସବମେରିନ ତିଆରି କରିଥିବାବେଳେ ସବମେରିନରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଦୁଇଟି ମିସାଇଲ କେ-୧୫ ଓ କେ-୪ ହାସଲ କରିଛି । କେ-୪ କ୍ଷେପଣାସ୍ତ୍ର ୩ ହଜାର ୫୦୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ହାସଲ କରିଛି ।

Leave A Reply

Your email address will not be published.