ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦାମ୍

0

ଗ୍ରାହକଙ୍କୁ ବଡ ଝଟକା ଦେଲା ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଅମୁଲ କମ୍ପାନୀ । ଆଜି ଠାରୁ ଅମୁଲ କ୍ଷୀରର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ତେବେ ନିର୍ବାଚନ ପାଇଁ ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ । ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ ଲୋକମାନେ ଅମୁଲ କ୍ଷୀର କିଣିବେ ।

ବର୍ଦ୍ଧିତ ନିୟମ ଲାଗୁ ହୋଇଥିବାରୁ ଏଣିକି ଲୋକମାନେ ପୁରା ଲହୁଣି ଥିବା କ୍ଷୀରର ଦାମ ଲିଟର ପ୍ରତି ୬୧ ଟଙ୍କାରୁ ବୃଦ୍ଧି କରାଯାଇ ୬୩ ଟଙ୍କା କରାଯାଇଛି । ଏହାବାଦ ଅମୁଲ ତା’ର ଗୋଲ୍ଡ ଓ ମଇଁଷି କ୍ଷୀରର ଦାମ ମଧ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଏହାର କାରଣ ଭାବେ ଅମୁଲ ଡାଏରୀର ପରିଚାଳନା ନିର୍ଦ୍ଦେଶକ ଆରଏସ ସୋଢୀ କହିଛନ୍ତି କି କ୍ଷୀର ଉତ୍ପାଦନ ପାଇଁ ଆବଶ୍ୟକ ବିଭିନ୍ନ କଞ୍ଚା ମାଲ ଓ ଗୋ-ଖାଦ୍ୟ ଦାମ ବୃଦ୍ଧି ପାଇଛି। ଏଥିପାଇଁ କମ୍ପାନୀ ବାଧ୍ୟ ହୋଇ ଦର ବୃଦ୍ଧି କରିଛି ।

ଏହାପୂର୍ବରୁ ଅଗଷ୍ଟ ମାସାରେ ଅମୁଲ ତା’ର ଗୋଲ୍ଡ, ଶକ୍ତି ଓ ତାଜା କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ଲେଖାଏ ବଢ଼ାଇଥିଲା। ସୂଚନା ଅନୁଯାୟୀ, ଦେଶରେ ପ୍ରଥମରୁ ଖୁଚୁରା ମହଙ୍ଗା ଦର ୭ ପ୍ରତିଶତରୁ ଅଧିକ ଥିବା ବେଳେ ଏବେ ଅମୁଲ ପୁଣି ଦାମ ବଢାଇ ଲୋକଙ୍କ ଉପରେ ବୋଝ ଲଦି ଦେଇଛି ।

Leave A Reply

Your email address will not be published.