ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଚମକାଇବା ଭଳି ମନ୍ତବ୍ୟ ଦେଲେ ବାଇଡେନ୍

0
  • ପାକିସ୍ତାନ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ
  • ଋଷ ଓ ଚୀନ୍ ସଂପର୍କରେ ବି କହିଲା ଆମେରିକା

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଗୋଟିଏ ବଡ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ ବୋଲି ବର୍ଣ୍ଣନା କରିଛନ୍ତି ବାଇଡେନ୍। କାଲିଫର୍ଣ୍ଣିଆର ଲସ୍ ଏ ଏଞ୍ଜେଲସରେ ଡେମୋକ୍ରାଟିକ୍ କଂଗ୍ରେସ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ବାଇେଡନଙ୍କ ଏଭଳି ମନ୍ତବ୍ୟ ପୂରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ଭାରତର ଲଗାତାର ଅଭିଯୋଗକୁ ବି ଏହା ବଳ ଦେଇଛି। ଚୀନ ଓ ଭ୍ଲାଦିମିର୍ ପୁଟିନଙ୍କ ଋଷ କ୍ଷେତ୍ରରେ ଆମେରିକାର ବୈଦେଶିକ ନୀତି ସଂପର୍କରେ ସୂଚନା ଦେଉଥିେଲ ବାଇଡେନ୍। ଏହି ସମୟରେ ସେ ପାକିସ୍ତାନ ସଂପର୍କରେ ଏହି ସୂଚନା ଦେଇଥିଲେ।

ତେବେ ବାଇଡେନଙ୍କ ଏଭଳି ମନ୍ତବ୍ୟ ପରେ ପାକିସ୍ତାନର ଶେହବାଜ ସରିଫ୍ ସରକାରଙ୍କ ସହ ଆମେରିକାର ସଂପର୍କ ଠିକ୍ ନାହିଁ ଏ ସୂଚନା ମିଳୁଛି। କେବଳ ସେତିକି ନୁହେଁ, ଏହା ଉଭୟଙ୍କ ସୁଦୃଢ ସଂପର୍କ କ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକ। ଆମେରିକାର ଜାତୀୟ ସୁରକ୍ଷା କୌଶଳ ପ୍ରକାଶିତ ହେବାର ୪୮ ଘଣ୍ଟା ପରେ ଚର୍ଚ୍ଚାକୁ ଆସିଥିବା ଏହି ପ୍ରସଙ୍ଗ ଅନେକ ଦୃଷ୍ଟିରୁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ୪୮ ପୃଷ୍ଠିଆ ରିପୋର୍ଟରେ ପାକିସ୍ତାନ ସଂପର୍କରେ କୌଣସି ବାଖ୍ୟାନ ନଥିଲା।

ରାଷ୍ଟ୍ରୀୟ ସୁରକ୍ଷା କୌଶଳରେ ଦର୍ଶାଯାଇଛି ଯେ ଚୀନ୍ ଏବଂ ଋଷ ଯିଏ ଚଳିତ ବର୍ଷ ଆରମ୍ଭରେ ସୀମାକୁ ନେଇ ମୁହାଁମୁହିଁ ହେଉଥିଲେ, ସେମାନେ ଏବେ ପରସ୍ପର ଯୋଡି ହେଉଛନ୍ତି। ନୀତି ଡକ୍ୟୁମେଣ୍ଟ ଦାବି କରିଛି ଯେ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ ସହିତ ପ୍ରତିଯୋଗିତା ଅଧିକ ସ୍ପଷ୍ଟ ହୋଇଛି ଓ ଏହା ମଧ୍ୟ ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି। ଆମେରିକାର ସୁରକ୍ଷା କୌଶଳ ଏକଥା ବି କହିଛି ଯେ ଆସନ୍ତା ଦଶ ବର୍ଷ ଚୀନ୍ ସହିତ ପ୍ରତିଯୋଗିତାର ଏକ ନିର୍ଣ୍ଣାୟକ ଦଶନ୍ଧି ହେବ।

Leave A Reply

Your email address will not be published.