ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କ୍ଷୁଧା ତାଲିକାରେ ଶୋଚନୀୟ ସ୍ଥିତିରେ ଭାରତ

0
  • ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ସ୍ଥିତି ବରଂ ଭଲ
  • ୨୦୨୧ ଅପେକ୍ଷା ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିଛି

ନୂଆଦିଲ୍ଲୀ: ଭାରତର ଲୋକମାନେ ପେଟପୂରା ଖାଦ୍ୟ ଖାଇବାକୁ ପାଉନାହାନ୍ତି। ସଂପ୍ରତି ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକା ଏମିତି ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ୧୨୧ ଦେଶକୁ ନେଇ ପ୍ରକାଶ ପାଇଥିବା ତାଲିକାରେ ଭାରତ ୧୦୭ ନମ୍ବର ସ୍ଥାନରେ ରହିଛି। ଅର୍ଥାତ୍ ବିଶ୍ବସ୍ତରରେ ଭାରତର ସ୍ଥିତି ଏ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି।

ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତର ସ୍ଥାନ ୧୦୧ ନମ୍ବର ଥିଲା। ସେତେବେଳେ ୧୧୬ ଦେଶକୁ ନେଇ ତାଲିକା ହୋଇଥିଲା। କୌତୂହଳ କଥା ହେଉଛି, ଯେେତବେଳେ ବିଶ୍ବସ୍ତରୀୟ ଏହି ସର୍ଭେରେ ଦେଶ ସଂଖ୍ୟା ବଢ଼ି ଏଥର ୧୨୧କୁ ଛୁଇଁଲା ସେତେବେଳେ ଭାରତର ପ୍ରଦର୍ଶନ ଆହୁରି ଶୋଚନୀୟ ହୋଇଛି ଓ ୬ଟି ସ୍ଥାନ ତଳକୁ ଖସିଆସିଛି।

ଯେଉଁ କଥାଟି ଅର୍ଥନୀତିଜ୍ଞମାନଙ୍କୁ ଆଚମ୍ବିତ କରୁଛି, ତାହା ହେଲା ଭାରତର ପ୍ରଦର୍ଶନ ଏ କ୍ଷେତ୍ରରେ ପଡ଼ୋଶୀଙ୍କ ଠାରୁ ବି ଅଧିକ ଶୋଚନୀୟ। ଶ୍ରୀଲଙ୍କା ଠାରୁ ଆରମ୍ଭ କରି ନେପାଳ, ବାଂଲାଦେଶ, ଏପରିକି ପାକିସ୍ତାନ ଠାରୁ ଭାରତ ତଳେ ଅଛି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଶ୍ରୀଲଙ୍କା ୬୪ ନମ୍ବର ସ୍ଥାନରେ ଥିବା ବେଳେ ନେପାଳ ୮୧, ବାଂଲାଦେଶ ୮୪ ଓ ପାକିସ୍ତାନ ୯୯ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆର ଏକମାତ୍ର ଦେଶ ଆଫଗାନିସ୍ତାନ ହିଁ ଭାରତ ତଳେ (୧୦୯ ସ୍ଥାନରେ) ରହିଛି। ପଡ଼ୋଶୀ ଚୀନ୍, ତୁର୍କୀ ଭଳି ଦେଶର ସ୍ଥାନ ଯଥେଷ୍ଟ ଉନ୍ନତ ବା ଶୀର୍ଷରେ ରହିଛି। କେବଳ ସେତିକି ନୁହେଁ, ସୁଦାନ,ଇଥୋପିଆ, ରାୱାଣ୍ଡା, ନାଇଜେରିଆ, କେନିଆ, ଗାମ୍ବିଆ, ନାମ୍ବିଆ, କାମ୍ବୋଡିଆ, ମିଆଁମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଆଦି ରାଷ୍ଟ୍ର କ୍ଷୁଧା ତାଲିକାରେ ଭାରତ ଉପରେ ରହିଛନ୍ତି।

Leave A Reply

Your email address will not be published.