ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀଙ୍କ ଗୁଳି ମାଡରେ କାଶ୍ମୀର ପଣ୍ଡିତ ମୃତ୍ୟୁ

0
  • ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ
  • ପୂଲିସର ସର୍ଚ୍ଚ ଅପରେସନ ଜାରି
  • ନିଜକୁ ଦାୟୀ କରିଛି କେଏଫଏଫ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପଣ୍ଡିତ ସମୁଦାୟର ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସୋପିଆନ ଜିଲ୍ଲା ଚୌଧୁରୀ ଗଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ପୁରନ କୃଷ୍ଣ ଭଟ୍ଟ ନାମକ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅଚାନକ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏହାପରେ ଗୁରୁତର ଭଟ୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ଅଞ୍ଚଳକୁ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ ।

ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ଗତ ଅଗଷ୍ଟରେ ସେଓ ବଗିଚାରେ ଲୁଚି ସାଧାରଣ ନାଗରିକଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଗୁଳିମାଡରେ ଜଣେ କାଶ୍ମୀର ପଣ୍ଡିତ ପ୍ରାଣ ହରାଇ ଥିବାବେଳେ ଜଣେ ଆହତ ହୋଇଥିଲେ । ଆକ୍ରମଣ ପାଇଁ କାଶ୍ମୀର ଫ୍ରିଡମ୍‌ ଫାଇଟର୍ସ ନିଜକୁ ଦାୟୀ କରିଛି । ଦୁଇ କାଶ୍ମୀର ପଣ୍ଡିତ ଭାଇ ତିରଙ୍ଗା ରାଲିରେ ସାମିଲ ହୋଇଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଇଥିବା ଆତଙ୍କୀ ସଙ୍ଗଠନ କହିଥିଲା ।

Leave A Reply

Your email address will not be published.