ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଆତଙ୍କବାଦୀଙ୍କ ଗୁଳି ମାଡରେ କାଶ୍ମୀର ପଣ୍ଡିତ ମୃତ୍ୟୁ

0
  • ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ
  • ପୂଲିସର ସର୍ଚ୍ଚ ଅପରେସନ ଜାରି
  • ନିଜକୁ ଦାୟୀ କରିଛି କେଏଫଏଫ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପଣ୍ଡିତ ସମୁଦାୟର ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସୋପିଆନ ଜିଲ୍ଲା ଚୌଧୁରୀ ଗଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ପୁରନ କୃଷ୍ଣ ଭଟ୍ଟ ନାମକ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅଚାନକ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏହାପରେ ଗୁରୁତର ଭଟ୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ଅଞ୍ଚଳକୁ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ ।

ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ଗତ ଅଗଷ୍ଟରେ ସେଓ ବଗିଚାରେ ଲୁଚି ସାଧାରଣ ନାଗରିକଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଗୁଳିମାଡରେ ଜଣେ କାଶ୍ମୀର ପଣ୍ଡିତ ପ୍ରାଣ ହରାଇ ଥିବାବେଳେ ଜଣେ ଆହତ ହୋଇଥିଲେ । ଆକ୍ରମଣ ପାଇଁ କାଶ୍ମୀର ଫ୍ରିଡମ୍‌ ଫାଇଟର୍ସ ନିଜକୁ ଦାୟୀ କରିଛି । ଦୁଇ କାଶ୍ମୀର ପଣ୍ଡିତ ଭାଇ ତିରଙ୍ଗା ରାଲିରେ ସାମିଲ ହୋଇଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଇଥିବା ଆତଙ୍କୀ ସଙ୍ଗଠନ କହିଥିଲା ।

Leave A Reply

Your email address will not be published.