ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହିଳା ଏସିଆ କପ୍ ଟାଇଟଲ୍ ହାତେଇଲା ଭାରତ

0

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ଏସିଆ କପ୍ ଟାଇଟଲ୍ ହାତେଇଲା ଟିମ୍‌ ଇଣ୍ତିଆ । ଫାଇନାଲ୍‌ରେ କ୍ୟାପ୍ଟେନ୍‌ ହରମନ୍‌ପ୍ରିତ କୋର୍‌ଙ୍କ ଅଧିନରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ବୋଲର୍‌ଙ୍କୁ ସାମ୍ନା କରିପାରିନଥିଲେ । ମନ୍ଧାନାଙ୍କ ଓ ରେଣୁକା ସିଂହ ଠାକୁରଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନରେ ସୀମିତ ରହିଥିଲା ।

ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୮.୩ ଓଭର୍‌ରେ ୨ ୱିକେଟ୍‌ ହରାଇ ଟିମ୍‌ ଇଣ୍ତିଆ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି । ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ବିଜୟର ମୁଣ୍ଡି ମାରିଥିଲେ । ଦଳ ପକ୍ଷରୁ ମନ୍ଧାନା ଶେଷ ଯାଏ ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିଲେ । ତେବେ ବୋଲିଂରେ ୩ ଓଭରରେ ୫ ରନ ଦେଇ ୩ ୱିକେଟ ନେଇଥିବା ରେଣୁକା ସିଂହ ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।

ସେହିପରି ଏସିଆ କପରେ ମୋଟ ୧୩ ୱିକେଟ ସହ ୯୪ ରନ କରିଥିବା ଭାରତ ଦୀପ୍ତି ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସୂଚନାଥାଉକି, ଏସିଆ କପ୍‌ ମୋଟ ୮ ଥର ଆୟୋଜନ ହୋଇଛି । ସେଥିମଧ୍ୟରୁ ୪ଥର ୱାନଡେ ଓ ୩ଥର ଟି-ଟ୍ୱେଣ୍ଟି ଫର୍ମାଟରେ ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରୁ ଭାରତ ୭ଥର ଟାଇଟଲ୍‌ ଜିତିଛି । ପୂର୍ବ ସିଜିନ୍‌ରେ ଟିମ୍‌ ଇଣ୍ତିଆ ଫାଇଲାଲ୍‌ରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା।

Leave A Reply

Your email address will not be published.