ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ

0

ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ
ପୁଣି ସିବିଆଇରେ ହାଜର ହେବେ ସିସୋଦିଆ
ଦିଲ୍ଲୀ ଅବକାର ନୀତି ମାମଲାରେ ହେବେ ହାଜର

ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଆସନ୍ତା କାଲି ସିବିଆଇରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ଅନୁସାରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି ।

ଏହାପରେ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସିବିଆଇ ମୋ ଘରେ ୧୪ ଘଂଟା ଚଢାଉ କରି କିଛି ପାଇ ନଥିଲା । ସିସୋଦିଆ ଟ୍ୱିଟ୍ କରି କହିଛନ୍ତି,ଯେ ସିବିଆଇ ମୋ ଘରେ ୧୪ ଘଣ୍ଟା ଚଢାଉ କରି କିଛି ପାଇ ନଥିଲା । ମୋ ବ୍ୟାଙ୍କ ଲକର୍ ମଧ୍ୟ ଛାନ୍‌ଭିନ୍ କରାଯାଇଥିଲା, ସେଥିରୁ ମଧ୍ୟ କିଛି ମିଳିନଥିଲା। ମୋ ଗାଁରୁ ମଧ୍ୟ ସିବିଆଇକୁ କିଛି ମିଳିନଥିଲା । କାଲି ମୋତେ ସିବିଆଇ ପୁଣି ଡାକିଛି । ମୁଁ ଯିବି ଆଉ ତଦନ୍ତରେ ସହଯୋଗ କରିବି । ସତ୍ୟମେବ ଜୟତେ!

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ୍ ସିଂ ବୋଲି କହିଛନ୍ତି । ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜ୍ରିୱାଲ କହିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରେ ମନୀଷ ସିସୋଦିଆଙ୍କ ନାମ ଶୀର୍ଷରେ ରହିଛି । ସିସୋଦିଆ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଆହୁରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ନିକଟରେ ମଦୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଥିଲା ଇଡି।

Leave A Reply

Your email address will not be published.