ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କାହିଁକି ଫିକା ପଡ଼ିବ ଦୀପାବଳି, ପାଣିପାଗ ଚିତ୍ର ଏମିତି କହୁଛି

0

ଭୁବନେଶ୍ବର: ରାଜ୍ୟର କିଛି ଅଞ୍ଚଳରୁ ଆସନ୍ତା ୦୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି। ଆସନ୍ତା ୦୩ ଦିନ ଯାଏଁ ରାଜ୍ୟର ଗୋଟିଏ ଗୋଟିଏ ସ୍ଥାନରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୭-୧୮ ତାରିଖ ବେଳକୁ ଉତ୍ତର ଆଣ୍ଡମାନ ସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ ଓ ଏଥି ପାଇଁ ଏବେ ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ରେ ମେଘଖଣ୍ଡ ଧୀରେ ଧୀରେ ବୃଦ୍ଧି ଓ ଏକତ୍ରିକରଣ ଆରମ୍ଭ ହେଲାଣି ବୋଲି ସାଟେଲାଇଟ ଚିତ୍ର ଦର୍ଶାଉଛି ।

ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହୁଛନ୍ତି ଯେ ଏହି କ୍ଷେତ୍ର ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୦ ତାରିଖ ବେଳକୁ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେସନ/ ଡିପ ଡିପ୍ରେସନ ର ରୂପ ନେବାର ସମ୍ଭାବନା ରହିଛି। ୨୨-୨୩ ରେ ସିଷ୍ଟମ୍ ର ତୀବ୍ରତା ଘନୀଭୂତ ପାଇଁ ଅନୁକୂଳ ବାତାବରଣ ରହିଛି। ବାତ୍ୟା ରୂପ ନେବାର ସମ୍ଭାବନାକୁ ଏଡାଇ ଦିଯାଇନପାରେ।

ତେବେ ସିଷ୍ଟମ୍ ଟି ୨୧-୨୨ ତାରିଖ ବେଳକୁ କେନ୍ଦ୍ରୀୟ/ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ପହଞ୍ଚିବା ପରେ କିଛି ମଡେଲ ମାନେ ସିଷ୍ଟମ୍ ର ଦିଗ ପରିବର୍ତ୍ତନ ବିଷୟରେ ସଂକେତ ଦେଉଛନ୍ତି। କିନ୍ତୁ ଏ ଯାଏ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ ବିଷୟରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ଏଥି ପାଇଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ଦକ୍ଷିଣ ଆନ୍ଧ୍ର ଠାରୁ ଓଡ଼ିଶା, ପଶ୍ଚିମବଙ୍ଗ ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବ ରେ ୨୨ ରୁ ୨୫ ଯାଏ ବର୍ଷା ପାଇବାର ଯଥେଷ୍ଟ ସଂଭାବନା ରହିଛି । ବିଶେଷ କରି ୨୩-୨୫ ରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ସମେତ ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ଦୀପାବଳି ଫିକା ପଡ଼ିବାର ସମ୍ଭାବନା ରହିଛି।

Leave A Reply

Your email address will not be published.