ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଜି ପଡ଼ିବ ଭୋଟ୍

0

ନୂଆଦିଲ୍ଲୀ; କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ପଡିବ ଭୋଟ। ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏଁ ଚାଲିବ। ମୈଦାନରେ ଦୁଇ ହାଇପ୍ରୋଫାଇଲ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଅଛନ୍ତି। ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ନିର୍ବାଚନ ଜରିଆରେ ସଭାପତି ବାଛିବେ ୯ ହଜାର ପିସିସି ପ୍ରତିନିଧି । ଏଥିପାଇଁ ଦିଲ୍ଲୀ ହେଡକ୍ୱାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୩୬ଟି ମତଦାନ କେନ୍ଦ୍ର ଓ ୬୭ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି।

ସେପଟେ ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ଭୋଟ ଦେବେ। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି କର୍ଣ୍ଣାଟକର ସାଙ୍ଗନକଲୁରେ ଭୋଟ୍ ଦେବେ। ତେବେ ପ୍ରଥମ ଥର ପାଇଁ ସିଇଏ ଦ୍ୱାରା ପ୍ରତିନିଧିମାନଙ୍କୁ ଏକ କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି। ଯେଉଁମାନଙ୍କ ପାଖରେ ଏହି କାର୍ଡ ଅଛି ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଦଳ ପ୍ରାୟ ୬ କୋଟି ନୂଆ ସଦସ୍ୟଙ୍କ ପଞ୍ଜୀକରଣ କରିଛି। ନିର୍ବାଚନରେ ସ୍ୱଚ୍ଛତା ରକ୍ଷାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି ।

ଆଜି ଭୋଟିଂ ସରିବା ପରେ ବାଲାଟ ବକ୍ସକୁ ସିଲ କରି ଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ । ଅକ୍ଟୋବର ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ। ତେବେ ଜାତୀୟ କଂଗେସର ମଙ୍ଗ କିଏ ଧରିବ ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.