ଭୁବନେଶ୍ବର: ପୁଣି ଆରମ୍ଭ ହେଲା ଜୋରଦାର ଚେକିଂ। ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଡ୍ରାଇଭରେ ଯାନବାହାନ ଗୁଡ଼ିକର କଡାକଡି ହେବ ଯାଞ୍ଚ। ତେବେ ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାଞ୍ଚକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସ୍ପେଶାଲ ଡ୍ରାଇଭ୍ ରେ ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ଉପରେ ନଜର ରଖିବେ ଉଭୟ ପୋଲିସ ଓ ପରିବହନ ବିଭାଗ । ନିୟମ ଉଲ୍ଲଂଘନ କଲେ ୩ ମାସ ପର୍ଯ୍ୟନ୍ତ ଡ୍ରାଇଭଂ ଲାଇସେନ୍ସ ବାତିଲ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।
ପ୍ରମୁଖ ଖବର
ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର