ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ହିମାଚଳପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ଓ କଂଗ୍ରେସ

0

ନୂଆଦିଲ୍ଲୀ; ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଉଭୟ ବିଜେପି ଓ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ‘ବିଜେପି’ ୬୨ଜଣ ପ୍ରତିଦ୍ବନ୍ଦ୍ବିଙ୍କ ନାମ ଘୋଷଣା କରିଥିବା ବେଳେ ‘କଂଗ୍ରେସ’ ହାଇ କମାଣ୍ଡ୍‌ ୪୬ଟି ଆସନ ନିମନ୍ତେ ପାର୍ଟି ଟିକେଟ୍‌ ଅନୁମୋଦନ କରିଛନ୍ତି। ତେବେ ବିଜେପି ପ୍ରାର୍ଥୀ ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ ରହିଛି। ଜୟରାମ ଠାକୁର ନିଜ ବିଧାନସଭା ମଣ୍ଡଳୀ ସେରାଜରୁ ଲଢ଼ିବେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖ ରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡି ଆସନରୁ ପ୍ରତିଦ୍ୱନ୍ଦିତା କରିବେ। ଏହି ତାଲିକାରେ ୫ ଜଣ ମହିଳାଙ୍କ ନାମ ରହିଛି। ସେହିପରି କଂଗ୍ରେସ ଘୋଷଣା କରିଥିବା ତାଲିକାରେ ଅଛନ୍ତି ଏବେ ବିଧାୟକ ଥିବା ୧୯ଜଣ ପ୍ରାର୍ଥୀ। କଂଗ୍ରେସ ବାକି ୨୨ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଖୁବ୍‌ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦଳୀୟସୂତ୍ରରୁ ଜଣାପଡ଼ିଛି। ୨୫ ଅକ୍ଟୋବର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ।

ସୂଚନା ଅନୁଯାୟୀ, ଆ‌ସନ୍ତା ନଭେମ୍ବର ୧୨ ତାରିଖ‌ରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍‌ ଗଣତି ହେବ। ଚଳିତ ଥର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Leave A Reply

Your email address will not be published.