ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

୧୦ ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବ ଭାରତ

0

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ଏଥିସହିତ ଦେଶରେ ତିଆରି ସୁପରସୋନିକ ମିସାଇଲକୁ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି । ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି । ଚଳିତ ବର୍ଷ ଆରମ୍ଭରେ ଫିଲିପାଇନ୍ସ ୩୭୪ ନିୟୁତ ଡଲାର ମୂଲ୍ୟର ବ୍ରହ୍ମୋସ ମିସାଇଲ କିଣିବାକୁ ଚୁକ୍ତି କରିଥିଲା ।

ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମୋସ ବିକିବାକୁ ବ୍ରହ୍ମୋସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି । ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମୋସ ସିଷ୍ଟମ କିଣିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ କିଣିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ଓ ଋଷିଆ ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି । ଏହାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି । ଏବେ ଏହାର ରେଞ୍ଜ୍ ୨୯୦ କିଲୋମିଟର ଥିବାବେଳେ ଏହାର ରେଞ୍ଜକୁ ୫୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି ।

Leave A Reply

Your email address will not be published.