ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୧୦ ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବ ଭାରତ

0

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ଏଥିସହିତ ଦେଶରେ ତିଆରି ସୁପରସୋନିକ ମିସାଇଲକୁ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି । ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି । ଚଳିତ ବର୍ଷ ଆରମ୍ଭରେ ଫିଲିପାଇନ୍ସ ୩୭୪ ନିୟୁତ ଡଲାର ମୂଲ୍ୟର ବ୍ରହ୍ମୋସ ମିସାଇଲ କିଣିବାକୁ ଚୁକ୍ତି କରିଥିଲା ।

ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମୋସ ବିକିବାକୁ ବ୍ରହ୍ମୋସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି । ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମୋସ ସିଷ୍ଟମ କିଣିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ କିଣିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ଓ ଋଷିଆ ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି । ଏହାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି । ଏବେ ଏହାର ରେଞ୍ଜ୍ ୨୯୦ କିଲୋମିଟର ଥିବାବେଳେ ଏହାର ରେଞ୍ଜକୁ ୫୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି ।

Leave A Reply

Your email address will not be published.