ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ଇସ୍ତଫା

0

ବ୍ରିଟେନ; ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ। ମାତ୍ର ୪୫ ଦିନ ହେବ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି। ଟ୍ରସ୍‌ ଆଜି ଇସ୍ତଫା ଦେବା ପୂର୍ବରୁ ଗତକାଲି ତାଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାବରମନ ଇସ୍ତଫା ଦେଇଥିଲେ।

ସୂଚନା ଅନୁସାରେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା ଏବଂ ଏହାକୁ ସହ୍ୟ ନକରିପାରି ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି। ଟ୍ରସ୍‌ କହିଛନ୍ତି, “ଯେଉଁ କାରଣ ପାଇଁ ମୋତେ ଶାସନ କରିବାକୁ କ୍ଷମତା ମିଳିଥିଲା, ମୁଁ ସେ କାମ କରିବାରେ ଅକ୍ଷମ ହୋଇଛି। ଏକଥା ମୁଁ ରାଜାଙ୍କ ସହ ମଧ୍ୟ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛି। ଏବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଯାଏ ମୁଁ ଏହି ପଦରେ ରହିବି। ସେପଟେ ଟ୍ରସ୍‌ଙ୍କ ଇସ୍ତଫା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ଶାସନ ଭାର ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.