ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ରାଜ୍ୟ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଲାଗୁ

0

ପଞ୍ଜାବ; ଦୀପାବଳି ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମାନଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏବେ ପୁରୁଣା ଫର୍ମୁଲାରେ ପେନସନ୍ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା ଦେଇଛନ୍ତି । ପଞ୍ଜାବ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । କିଛିବର୍ଷ ହେବ ପଞ୍ଜାବ ରାଜ୍ୟର କର୍ମଚାରୀମାନେ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଆସୁଥିଲେ । ଏବେ ମାନ୍ ସରକାର ଏହାକୁ ପୁରଣ କରିବା ସହ ରାଜ୍ୟ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛନ୍ତି ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଜି ପଞ୍ଜାବ କ୍ୟାବିନେଟ ବୈଠକରେ ନିଜ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆମ ସରକାର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇଛି ଓ ନିର୍ବାଚନ ବେଳେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୁରୁଣ କରିବାକୁ ଚେଷ୍ଟା ଚଳାଇଛୁ ବୋଲି ଭଗୱନ୍ତ ମାନ୍ କହିଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟିର ମୁ୍ଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ଏଭଳି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ନିର୍ବାଚନ ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ପ୍ରତିଶୃତି ଦେଇଥିଲୁ କି ପଞ୍ଜାବରେ ଦଳ ସରକାର ଗଠନ କଲେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ୍ ଲାଗୁ କରାଯିବ । ଏବେ ଆମେ ତାହା ପୁରଣ କରି ଦେଖାଇଛୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.