ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଯୋଗ୍ୟ ଘୋଷିତ ହେଲେ ଇମ୍ରାନ,ଲଢ଼ି ପାରିବେନି ନିର୍ବାଚନ

0

ପାକିସ୍ତାନ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଉପହାର ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ କମିଶନ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏକ ନିଷ୍ପତ୍ତିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଅଯୋଗ୍ୟ ଘୋଷିତ କରିଛି । ମୁଖ୍ଯ ନିର୍ବାଚନ କମିଶନ ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ୪ସଦସୀୟ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛି । ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।ଏହାସତ୍ତ୍ବେ ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ ଘଟିଛି । ଇମ୍ରାନଙ୍କ ସମର୍ଥକ ଏହି ଫାୟରିଂ କରିଥିବା କୁହାଯାଇଛି ।

ସୂଚନା ଅନୁଯାୟୀ ୨୦୧୮ରେ କ୍ଷମତା ଦଖଲ କରିଥିବା ଇମ୍ରାନ ଖାନ ଆରବ ଶାସକଙ୍କ ଠାରୁ ସରକାରୀ ଗସ୍ତରେ ଯିବା ବେଳେ ବହୁ ଦାମୀ ଉପହାର ପାଇଥିଲେ । ଏହାକୁ ତୋଶଖାନାରେ ଜମା କରାଯାଇଥିଲା । ପରବର୍ତ୍ତୀ ସମୟରେ ଇମ୍ରାନ ଖାନ ଉକ୍ତ ଉପହାରକୁ ନିୟମ ଅନୁଯାୟୀ ଶସ୍ତା ଦାମରେ କିଣିଥିଲେ । ଏଥିସହ ଏଗୁଡ଼ିକୁ ଅନ୍ୟମାନଙ୍କୁ ଅତି ଉଚ୍ଚ ଦାମରେ ବିକ୍ରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ସେ ବିକ୍ରି କରି ନିଜ ପଦପଦବୀର ଅପବ୍ୟବହାର କରିଥିଲେ ।

ସେପଟେ ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ । ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା । ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ ନେଇ ସମର୍ଥକମାନେ ଏହି ଫାୟରିଂ କରିଥିବା କୁହାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.