ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଅଯୋଗ୍ୟ ଘୋଷିତ ହେଲେ ଇମ୍ରାନ,ଲଢ଼ି ପାରିବେନି ନିର୍ବାଚନ

0

ପାକିସ୍ତାନ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଉପହାର ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ କମିଶନ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏକ ନିଷ୍ପତ୍ତିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଅଯୋଗ୍ୟ ଘୋଷିତ କରିଛି । ମୁଖ୍ଯ ନିର୍ବାଚନ କମିଶନ ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ୪ସଦସୀୟ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛି । ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।ଏହାସତ୍ତ୍ବେ ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ ଘଟିଛି । ଇମ୍ରାନଙ୍କ ସମର୍ଥକ ଏହି ଫାୟରିଂ କରିଥିବା କୁହାଯାଇଛି ।

ସୂଚନା ଅନୁଯାୟୀ ୨୦୧୮ରେ କ୍ଷମତା ଦଖଲ କରିଥିବା ଇମ୍ରାନ ଖାନ ଆରବ ଶାସକଙ୍କ ଠାରୁ ସରକାରୀ ଗସ୍ତରେ ଯିବା ବେଳେ ବହୁ ଦାମୀ ଉପହାର ପାଇଥିଲେ । ଏହାକୁ ତୋଶଖାନାରେ ଜମା କରାଯାଇଥିଲା । ପରବର୍ତ୍ତୀ ସମୟରେ ଇମ୍ରାନ ଖାନ ଉକ୍ତ ଉପହାରକୁ ନିୟମ ଅନୁଯାୟୀ ଶସ୍ତା ଦାମରେ କିଣିଥିଲେ । ଏଥିସହ ଏଗୁଡ଼ିକୁ ଅନ୍ୟମାନଙ୍କୁ ଅତି ଉଚ୍ଚ ଦାମରେ ବିକ୍ରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ସେ ବିକ୍ରି କରି ନିଜ ପଦପଦବୀର ଅପବ୍ୟବହାର କରିଥିଲେ ।

ସେପଟେ ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ । ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା । ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ ନେଇ ସମର୍ଥକମାନେ ଏହି ଫାୟରିଂ କରିଥିବା କୁହାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.