ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଟୁଇନ୍‌ ସିଟିରେ ୨ ଘଣ୍ଟା ଫୁଟିବ ବାଣ

0

ଭୁବନେଶ୍ବର; ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ତେବେ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଟୁଇନ୍‌ ସିଟିରେ ଜାରି ହୋଇଛି ଗାଇଡଲାଇନ୍ । ଏଥର ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିଛି ।ଦୀପାବଳି ଦିନ ରାତି ୮ରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ନେଇ ନିର୍ଦ୍ଦେଶ ରହିଛି । ଏଥିସହିତ ବାଣ ଫୁଟିଲେ ଶବ୍ଦ ୧୨୫ ଡେସିବେଲରୁ କମ୍ ହେବା ଦରକାର ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ନିୟମ କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଲାଗୁ ହେବ ।

ସେପଟେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବେଆଇନ ବାଣ କାରବାର ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ୍‌। ନିୟମ ଭାଙ୍ଗି ବାଣ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ପୁଲିସ୍‌ର କଡ଼ାକଡ଼ି ନିୟମ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ଭିଡ଼ି ବହୁ ଜୀବନ ଚାଲି ଯାଉଛି। ଏଥିପାଇଁ ନିୟମ କଡାକଡି କରାଯାଉଛି।

Leave A Reply

Your email address will not be published.