ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଧାମନଗର ଉପନିର୍ବାଚନ ’କାର୍ଯ୍ୟକର୍ତ୍ତା ବୈଠକ’ରେ କେନ୍ଦ୍ରମନ୍ତ୍ରୀ

0

• ଧାମନଗର ଉପନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
• ଧାମନଗରରେ ଶାସକ ଦଳର କ୍ଷମତା ଓ ଅର୍ଥବଳର ଅହଙ୍କାର ପୁଣି ଥରେ ଭଙ୍ଗ ହେବ
• ବ୍ୟଭିଚାରିତା ଓ ମନୋମୁଖୀ ଶାସନ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି
• ଶାସକ ଦଳର କ୍ଷମତାର ଅପବ୍ୟବହାର ମହିଳାଙ୍କ ମନରେ ଆକ୍ରୋଶ ତିଆରି କରିଛି
• ଧାମନଗର ସହ ବିଜେପିର ବିଗତ ୪୦ ବର୍ଷ ଧରି ସମ୍ପର୍କ ଓ ସଂଗଠନ ମଜଭୂତ ଅଛି

ଭଦ୍ରକ;– ଧାମନଗର ଉପନିର୍ବାଚନର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ, ଧାମନଗରବାସୀଙ୍କ ଜନବଳ ବିଜେପି ବିଜୟର ଆୟୁଧ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭଦ୍ରକ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଅନୁଷ୍ଠିତ ‘କାର୍ଯ୍ୟକର୍ତ୍ତା ବୈଠକ’ରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଧାମନଗର ହେଉଛି ସ୍ଵାଭିମାନର ମାଟି । ଭଦ୍ରକର ବୀର ସଂଗ୍ରାମୀମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ମାତ୍ର ଶାସକ ଦଳର ଲମ୍ବା ସମୟର ଶାସନ ପରେ ମଧ୍ୟ ଆଜି ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଭଦ୍ରକ ଜିଲ୍ଲା ଓ ଧାମନଗରବାସୀ ଉପେକ୍ଷିତ ।

ଏଠାରେ ଶାସକ ଦଳ ବିଜେଡ଼ି ଶାସନ କଳ ଓ ଅର୍ଥ ବଳକୁ ମାଧ୍ୟମ କରିଛନ୍ତି । କିନ୍ତୁ ବିଜେପି ସାଙ୍ଗରେ ଏ ଅଞ୍ଚଳରେ ଲୋକ ବଳ ଅଛି । ଯେଉଁ ସ୍ୱାଭିମାନୀ ଅଞ୍ଚଳ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ନେତୃତ୍ୱ ନେଇଥିଲା ସେହି ଅଞ୍ଚଳ ପାଇଁ ଶାସକ ଦଳ ଅହଙ୍କାର କରିବା ଉଚିତ୍ ନୁହେଁ । ଗତ ନିର୍ବାଚନରେ ଶାସକ ଦଳର ଅହଙ୍କାର ଯୋଗୁଁ ଧାମନଗରବାସୀ ତାଙ୍କ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଅତୀତରେ ମଧ୍ୟ ଲମ୍ବା ସମୟ ଶାସନରେ ଥିବା ଲୋକମାନଙ୍କର ଅହଙ୍କାର ଥିଲା । ମାତ୍ର ଏକ କୁତ୍ସିତ ଘଟଣା ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିଥିଲା ।

ସ୍ଥାନୀୟ ସରକାରର ବ୍ୟଭିଚାରିତା ଓ ମନୋମୁଖୀ ଶାସନ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗ ହେଉ କିମ୍ବା ଭୁବନେଶ୍ୱରରେ କୁତ୍ସିତ କାଣ୍ଡରେ ଶାସକ ଦଳର ପ୍ରଭାବଶାଳୀ ନେତା ଓ ପ୍ରଶାସନର ପ୍ରତିପତ୍ତିଶାଳୀ ଲୋକମାନଙ୍କ ସମ୍ପୃକ୍ତି ରହିଥିବା ଖବର ପ୍ରସାରିତ ହେଉଛି । ଏହା ଶାସକ ଦଳର ପାରିବାପଣିଆର ନମୁନା । ଏହାକୁ ନେଇ ରାଜ୍ୟ ବିଶେଷ ଭାବରେ ମହିଳାଙ୍କ ମନ ଭିତରେ ଆକ୍ରୋଶ ତିଆରି ହୋଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଥର ଭାରତୀୟ ଜନତା ପାର୍ଟି ଧାମନଗରରେ ଲୋକବଳ ଆଧାରରେ ଉପନିର୍ବାଚନ ଲଢୁଅଛି । ବେରୋଜଗାରୀ, ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ, ଲୋକ ସମସ୍ୟା ସମେତ ଜନଆକାଂକ୍ଷାକୁ ପୂରଣ କରିବା ପାଇଁ ନିର୍ବାଚନ ଲଢାଯାଉଛି । ଧାମନଗର ଅଞ୍ଚଳ ସହ ବିଜେପିର ବିଗତ ୪୦ ବର୍ଷ ଧରି ସମ୍ପର୍କ ଓ ସଂଗଠନ ମଜଭୂତ ଅଛି । ଅଢେଇ ହଜାର ଭୋଟରୁ ୯୦ ହଜାର ଭୋଟ ପର୍ଯ୍ୟନ୍ତ ଏ ଅଞ୍ଚଳର ଲୋକମାନେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି । ଏହି ଆଧାରରେ ଆମ ଦଳ ଜିଲ୍ଲାର ସ୍ୱାଭିମାନୀ ଲୋକଙ୍କ ପାଇଁ ନିର୍ବାଚନ ଲଢୁଛି । ଧାମନଗର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନେ ଦଳର ପ୍ରାର୍ଥୀ ତଥା ଦିବଙ୍ଗତ ବିଷ୍ଣୁ ଭାଇଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ଦେଇ ଜୟଯୁକ୍ତ କରିବେ । ଶାସକ ଦଳର ଅର୍ଥବଳ ଓ କୁଟନୀତିକୁ ଏଠାକାର ଜନତା ଉଚିତ୍ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.