ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗୁଗୁଲ ଉପରେ ଲାଗିଲା ଦ୍ୱିତୀୟ ଜରିମାନା

0

ନୂଆଦିଲ୍ଲୀ; ଗୁଗୁଲ ଉପରେ ପୁଣି ଲାଗିଲା ଦ୍ୱିତୀୟ ଜରିମାନା । ଭାରତ ଲଗେଇଲା ମୋଟା ଅଙ୍କର ଜରିମାନା । କେବଳ ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା ଲଗାଇଛି। ଚଳିତ ମାସରେ ସିସିଆଇ ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କାର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହାକୁ ମିଶାଇ ଏକ ସପ୍ତାହ ମଧ୍ୟରେ ଗୁଗୁଲ ଉପରେ ଜରିମାନାର ପରିମାଣ ୨୨୭୪ କୋଟି ଟଙ୍କାରେ ପହଞ୍ଚିଛି।

ସିସିଆଇର ରିପୋର୍ଟ ଅନୁସାରେ, ଗୁଗୁଲ୍ ତାର ପ୍ଲେଷ୍ଟୋର ନୀତିରେ ପକ୍ଷପାତିତା କରିବା ସହ ନିଜ ପ୍ରଡକ୍ଟଗୁଡ଼ିକୁ ପ୍ରସାରିତ କରିବା ଲାଗି ପ୍ଲେଷ୍ଟୋରର ଅପବ୍ୟବହାର କରୁଥିଲା। ସ୍ମାର୍ଟଫୋନ ରେ ଆପ୍ ଏବଂ ପ୍ରୋଗ୍ରାମ୍ ଚାଲିବା ଲାଗି ଆଣ୍ଡ୍ରଏଡ୍‌ ଏକ ଅପରେଟିଂ ସିଷ୍ଟମ୍ ହୋଇଥିବାରୁ ଏହାକୁ ୨୦୧୫ରେ ଗୁଗୁଲ୍ ଅଧିଗ୍ରହଣ କରିଥିଲା। ଯାହାପରେ ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗ ହେବା ପରେ ସିସିଆଇ ଅନୁସନ୍ଧାନ ଚଳାଇଥିଲା ।

Leave A Reply

Your email address will not be published.