ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଗୁଗୁଲ ଉପରେ ଲାଗିଲା ଦ୍ୱିତୀୟ ଜରିମାନା

0

ନୂଆଦିଲ୍ଲୀ; ଗୁଗୁଲ ଉପରେ ପୁଣି ଲାଗିଲା ଦ୍ୱିତୀୟ ଜରିମାନା । ଭାରତ ଲଗେଇଲା ମୋଟା ଅଙ୍କର ଜରିମାନା । କେବଳ ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା ଲଗାଇଛି। ଚଳିତ ମାସରେ ସିସିଆଇ ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କାର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହାକୁ ମିଶାଇ ଏକ ସପ୍ତାହ ମଧ୍ୟରେ ଗୁଗୁଲ ଉପରେ ଜରିମାନାର ପରିମାଣ ୨୨୭୪ କୋଟି ଟଙ୍କାରେ ପହଞ୍ଚିଛି।

ସିସିଆଇର ରିପୋର୍ଟ ଅନୁସାରେ, ଗୁଗୁଲ୍ ତାର ପ୍ଲେଷ୍ଟୋର ନୀତିରେ ପକ୍ଷପାତିତା କରିବା ସହ ନିଜ ପ୍ରଡକ୍ଟଗୁଡ଼ିକୁ ପ୍ରସାରିତ କରିବା ଲାଗି ପ୍ଲେଷ୍ଟୋରର ଅପବ୍ୟବହାର କରୁଥିଲା। ସ୍ମାର୍ଟଫୋନ ରେ ଆପ୍ ଏବଂ ପ୍ରୋଗ୍ରାମ୍ ଚାଲିବା ଲାଗି ଆଣ୍ଡ୍ରଏଡ୍‌ ଏକ ଅପରେଟିଂ ସିଷ୍ଟମ୍ ହୋଇଥିବାରୁ ଏହାକୁ ୨୦୧୫ରେ ଗୁଗୁଲ୍ ଅଧିଗ୍ରହଣ କରିଥିଲା। ଯାହାପରେ ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗ ହେବା ପରେ ସିସିଆଇ ଅନୁସନ୍ଧାନ ଚଳାଇଥିଲା ।

Leave A Reply

Your email address will not be published.