ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦିରେ ସୁନକ

0

ବ୍ରିଟେନ; ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ହେଲେ ଋଷି ସୁନକ । ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୁନକ ବକିଂହାମ ପ୍ୟାଲେସ୍‌ରେ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ । ଭାରତୀୟ ବଂଶୋଦ୍ଭବ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ ।

୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି । ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ବିବାଦ କାରଣରୁ ଜନସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା । ନିକଟରେ ସୁନକଙ୍କୁ ହରାଇ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । କିନ୍ତୁ ଶପଥ ନେବାର ୪୫ ଦିନ ପରେ ସେ ଦେଶର ଅର୍ଥନୀତି ଓ ନିଜର ପ୍ରତିଶ୍ରୁତି ପୂରଣ କରି ନ ପାରିବାରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି ।

ବ୍ରିଟିଶ ପରମ୍ପରା ଅନୁସାରେ ରାଜା କିମ୍ବା ରାଣୀ ହିଁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତି । ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି । ରାଜା ହେବା ପରେ ପ୍ରଥମ ଥର ପାଇଁ ଚାର୍ଲସ ଜଣେ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଆଜି ଲିଜ ଟ୍ରସ ମଧ୍ୟ ରାଜା ଚାର୍ଲସ ତୃତୀୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ। ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ।

Leave A Reply

Your email address will not be published.