ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୪ରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

0

ଅଯୋଧ୍ୟା; ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ୨୦୨୪ ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ବର୍ତ୍ତମାନ ଭବ୍ୟ ରାମ ମନ୍ଦିରର ୫୦% କାମ ଶେଷ ହୋଇଛି । ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବର୍ତ୍ତମାନ ଯାଏ ହୋଇଥିବା କାମର ମାନ ସନ୍ତୋଷଜନକ ରହିଛି । ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେ କହିଥିଲେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଭୂକମ୍ପ ପ୍ରତିରୋଧୀ ରହିବ । ମନ୍ଦିରର ଆୟୁଷ ଯେମିତି ୧୦୦୦ ବର୍ଷରୁ ଅଧିକ ରହିବ ସେ ନେଇ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି । ରାମ ମନ୍ଦିରର ନିର୍ମାଣରେ ୩୯୨ ଖମ୍ଵ ରହିଛି ଏବଂ ୧୨ କବାଟ ଲଗାଯାଉଛି । ପଥରକୁ ଜୋଡିବା ପାଇଁ ଲୁହା ବଦଳରେ ତମ୍ଵା ଚିପ୍ସର ବ୍ୟବହାର କରାଯାଉଛି । ଗର୍ଭଗୃହ ଭିତରେ ୧୬୦ ଖମ୍ବ ରହିବ । ପ୍ରଥମ ମହଲାରେ ମୋଟ୍ ୮୨ ଖମ୍ବ ରହିବ । ମୋଟାମୋଟି ସରଞ୍ଚନାରେ ସାଗୁଆନର କାଠରେ ନିର୍ମିତ ୧୨ ପ୍ରବେଶ ଦ୍ଵାର ରହିବ । ମନ୍ଦିର ନିର୍ମାଣରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଉଛି। ରାମଲଲାଙ୍କ ମନ୍ଦିରରେ ଲାଗିବାକୁ ଥିବା ବିଜୟ ପତାକାକୁ ୧୦ରୁ ୧୫ କ୍ଵିଣ୍ଟାଲ ଓଜନର ସ୍ତମ୍ଭ ଉପରେ ଲଗାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.