ନଭେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଏହାରି ମଧ୍ୟରେ ନଭେମ୍ବର ୨୦୨୨ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ବ୍ୟାଙ୍କ ସହିତ ଜଡିତ କୌଣସି କାମ କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆରବିଆଇର ତାଲିକା ଅନୁଯାୟୀ ନଭେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୦ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ….
୧ ନଭେମ୍ବର– କନ୍ନଡ ରାଜ୍ୟୋତ୍ସବ / କୁଟ ଯୋଗୁଁ ବାଙ୍ଗାଲୋର ଏବଂ ଇମ୍ଫାଲରେ ବ୍ୟାଙ୍କଗୁଡିକ ବନ୍ଦ
୬ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
୮ ନଭେମ୍ବର– ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା / ବାଙ୍ଗଲା ମହୋତ୍ସବ ଯୋଗୁଁ ଅଗରତାଲା, ବାଙ୍ଗାଲୋର, ଗଙ୍ଗଟୋକ, ଗୁଆହାଟୀ, ଇମ୍ଫାଲ, କୋଚି, ପାନଜୀ, ପାଟନା, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମକୁ ଛାଡ଼ି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ
୧୧ ନଭେମ୍ବର– କନକଦାସା ଜୟନ୍ତୀ / ବାଙ୍ଗଲା ଫେଷ୍ଟିଭାଲ୍ ଯୋଗୁଁ ବାଙ୍ଗାଲୋର ଏବଂ ଶୀଲାଙ୍ଗରେ ବ୍ୟାଙ୍କ ବନ୍ଦ ।
୧୨ ନଭେମ୍ବର– ଶନିବାର (ମାସର ଦ୍ୱିତୀୟ ଶନିବାର)
୧୩ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
୨୦ ନଭେମ୍ବର– ରବିବାର (ସାପ୍ତାହିକ ଛୁଟି)
୨୩ ନଭେମ୍ବର– ସେଙ୍ଗ୍ କୁଟସାନେମ୍- ଶୀଲାଙ୍ଗରେ ବ୍ୟାଙ୍କ ବନ୍ଦ ।
୨୬ ନଭେମ୍ବର– ଶନିବାର (ମାସର ଚତୁର୍ଥ ଶନିବାର)
୨୭ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
ଯଦି ବ୍ୟାଙ୍କରେ କିଛି କାର୍ଯ୍ୟ ରହିଛି ତେବେ ଛୁଟି ତାଲିକା ଅନୁଯାୟୀ କାର୍ଯ୍ୟ ସାରିବାକୁ ପଡିବ ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ