ନଭେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଏହାରି ମଧ୍ୟରେ ନଭେମ୍ବର ୨୦୨୨ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ବ୍ୟାଙ୍କ ସହିତ ଜଡିତ କୌଣସି କାମ କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆରବିଆଇର ତାଲିକା ଅନୁଯାୟୀ ନଭେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୦ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ….
୧ ନଭେମ୍ବର– କନ୍ନଡ ରାଜ୍ୟୋତ୍ସବ / କୁଟ ଯୋଗୁଁ ବାଙ୍ଗାଲୋର ଏବଂ ଇମ୍ଫାଲରେ ବ୍ୟାଙ୍କଗୁଡିକ ବନ୍ଦ
୬ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
୮ ନଭେମ୍ବର– ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା / ବାଙ୍ଗଲା ମହୋତ୍ସବ ଯୋଗୁଁ ଅଗରତାଲା, ବାଙ୍ଗାଲୋର, ଗଙ୍ଗଟୋକ, ଗୁଆହାଟୀ, ଇମ୍ଫାଲ, କୋଚି, ପାନଜୀ, ପାଟନା, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମକୁ ଛାଡ଼ି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ
୧୧ ନଭେମ୍ବର– କନକଦାସା ଜୟନ୍ତୀ / ବାଙ୍ଗଲା ଫେଷ୍ଟିଭାଲ୍ ଯୋଗୁଁ ବାଙ୍ଗାଲୋର ଏବଂ ଶୀଲାଙ୍ଗରେ ବ୍ୟାଙ୍କ ବନ୍ଦ ।
୧୨ ନଭେମ୍ବର– ଶନିବାର (ମାସର ଦ୍ୱିତୀୟ ଶନିବାର)
୧୩ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
୨୦ ନଭେମ୍ବର– ରବିବାର (ସାପ୍ତାହିକ ଛୁଟି)
୨୩ ନଭେମ୍ବର– ସେଙ୍ଗ୍ କୁଟସାନେମ୍- ଶୀଲାଙ୍ଗରେ ବ୍ୟାଙ୍କ ବନ୍ଦ ।
୨୬ ନଭେମ୍ବର– ଶନିବାର (ମାସର ଚତୁର୍ଥ ଶନିବାର)
୨୭ ନଭେମ୍ବର– ରବିବାର (ସାପ୍ତାହିକ ଛୁଟିଦିନ)
ଯଦି ବ୍ୟାଙ୍କରେ କିଛି କାର୍ଯ୍ୟ ରହିଛି ତେବେ ଛୁଟି ତାଲିକା ଅନୁଯାୟୀ କାର୍ଯ୍ୟ ସାରିବାକୁ ପଡିବ ।
ପ୍ରମୁଖ ଖବର
କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ