ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷ ଓ ମହିଳା ଖେଳାଳୀଙ୍କୁ ମିଳିବ ସମାନ ଫି

0

ନୂଆଦିଲ୍ଲୀ: ବିସିସିଆଇ ନେଲା ଐତିହାସିକ ରାୟ। ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ ନିଷ୍ପତ୍ତି ନେଇଛି ବିସିସିଆଇ। ଏଣିକି ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା । ଏବେ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କୁ ବି ପୁରୁଷ ଦଳ ଭଳି ସମସ୍ତଙ୍କୁ ସମାନ ଫି ମିଳିବ ବୋଲି ଆଜି ବିସିସିଆଇର ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଏହି ଐତିହାସିକ ନିଷ୍ପତ୍ତିକୁ ଜୟ ଶାହା ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି ମିଳିବ । ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମ୍କୁ ୧୫ ଲକ୍ଷ ଟଙ୍କା ମିଳୁଥିବାବେଳେ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ମିଳୁଛି  । ସେହିପରି ଟି ୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ତିନି ଲକ୍ଷ ଟଙ୍କା ମିଳୁଛି  । ଏବେ ଏହି ମ୍ୟାଚ୍‌ ଫିସ୍‌ ମହିଳା କ୍ରିକେଟରଙ୍କୁ ବି ମିଳିବ  ।

କ୍ରିକେଟରେ ପୁରୁଷ ମହିଳାଙ୍କୁ ସମାନ ବେତନ ଲାଗୁ କରିବା ପାଇଁ ଚଳିତ ବର୍ଷ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଥିଲା  । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା  । ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି। 

Leave A Reply

Your email address will not be published.