ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଆଜି ଭାରତ ଓ ନେଦରଲ୍ୟାଣ୍ଡ ମୁହାଁମୁହିଁ

0

ସିଡନି; ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ। ସିଡନିରେ ୧୨ଟା ୩୦ରେ ପରସ୍ପରକୁ ଭେଟିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦୃଢ ମନୋବଳ ସହ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ତେବେ ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି ।

ସେପଟେ ଭାରତ ବିପକ୍ଷରେ କୌଣସି ଟି-୨୦ ଖେଳିନଥିବାରୁ ପ୍ରଥମ ମ୍ୟାଚକୁ ହାତେଇବାକୁ ଚେଷ୍ଟା କରିବ ନେଦରଲ୍ୟାଣ୍ଡ। ପୂର୍ବରୁ ୨୦୦୩ ଓ ୨୦୧୧ ବିଶ୍ୱକପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଦୁଇଟି ମ୍ୟାଚରେ ଭାରତ ବାଜିମାତ କରିଥିଲା । ତେଣୁ ନେଦରଲାଣ୍ଡକୁ ହରାଇବା ପାଇଁ ଭାରତ ପାଇଁ ଚାଲେଞ୍ଜ ନୁହେଁ, ବରଂ ବଡ ବ୍ୟବଧାନରେ ବିଜୟ ଅବଶ୍ୟକ । ଆଗାମୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହେଲେ ମଧ୍ୟ ସେମିଫାଇନାଲ ଦୌଡରେ ରହିବ ଭାରତ । ମେଲବର୍ଣ୍ଣ ପରି ସିଡନିରେ ବି ମ୍ୟାଚ୍ ଉପରେ ବର୍ଷା ସାଜିପାରେ ବାଧକ।

Leave A Reply

Your email address will not be published.