ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପୁରୁଷ ଓ ମହିଳା ଖେଳାଳୀଙ୍କୁ ମିଳିବ ସମାନ ଫି

0

ନୂଆଦିଲ୍ଲୀ: ବିସିସିଆଇ ନେଲା ଐତିହାସିକ ରାୟ। ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ ନିଷ୍ପତ୍ତି ନେଇଛି ବିସିସିଆଇ। ଏଣିକି ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା । ଏବେ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କୁ ବି ପୁରୁଷ ଦଳ ଭଳି ସମସ୍ତଙ୍କୁ ସମାନ ଫି ମିଳିବ ବୋଲି ଆଜି ବିସିସିଆଇର ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଏହି ଐତିହାସିକ ନିଷ୍ପତ୍ତିକୁ ଜୟ ଶାହା ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି ମିଳିବ । ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମ୍କୁ ୧୫ ଲକ୍ଷ ଟଙ୍କା ମିଳୁଥିବାବେଳେ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ମିଳୁଛି  । ସେହିପରି ଟି ୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ତିନି ଲକ୍ଷ ଟଙ୍କା ମିଳୁଛି  । ଏବେ ଏହି ମ୍ୟାଚ୍‌ ଫିସ୍‌ ମହିଳା କ୍ରିକେଟରଙ୍କୁ ବି ମିଳିବ  ।

କ୍ରିକେଟରେ ପୁରୁଷ ମହିଳାଙ୍କୁ ସମାନ ବେତନ ଲାଗୁ କରିବା ପାଇଁ ଚଳିତ ବର୍ଷ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଥିଲା  । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା  । ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି। 

Leave A Reply

Your email address will not be published.