ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଖି ବୁଜିଲା ‘ପ୍ରେମା’

0

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ ‘ପ୍ରେମା’ । ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ଆଜି ୬୭ ବର୍ଷ ବୟସରେ ଆଖି ବୁଜିଛି। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା । ଶେଷରେ ଅପରାହ୍ନରେ ଅସୁସ୍ଥ ପ୍ରେମା ଆଖି ବୁଜିଛି ।

ସୂଚନା ଅନୁଯାୟୀ ଗତକାଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା ପ୍ରେମା। ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା। ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ସେହି ମାସ ୨୩ ତାରିଖରେ ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ଅସ୍ତ୍ରୋପଚାର କରି କଢ଼ାଯାଇଥିଲା । କିନ୍ତୁ କ୍ଷତ ସ୍ଥାନଟି ଭଲ ହେଉନଥିବାରୁ ପ୍ରେମାର ଅବସ୍ଥା ବାରମ୍ଵାର ବିଗିଡିବାରେ ଲାଗିଥିଲା । ପ୍ରେମାକୁ ୧୯୮୫ ମସିହାରେ ୨୧ ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ବାସନ୍ତୀ, ହୀରା ଓ ମାମା କେବଳ ରହିଛନ୍ତି ।

Leave A Reply

Your email address will not be published.