ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ,

0

ଭୁବନେଶ୍ବର; ଆଜିଠୁ ପୁଣି କମ୍ପିବ କଳିଙ୍ଗ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ଏଫଆଇଏଚ ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ସଂସ୍କରଣକୁ ଓଡ଼ିଶା ଆୟୋଜିତ କରୁଛି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟାରୁ ଉଭୟଙ୍କ ମଧ୍ୟରେ ହେବ କଡା ଟକ୍କର ।

ତେବେ ପ୍ରଥମ ଥର ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ହରମନପ୍ରୀତ ସିଂ । ମ୍ୟାଚରେ ଭାରତୀୟ ଟିମ୍ କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଚାଲିଛି ମାଷ୍ଟରପ୍ଲାନ୍ । ସେପଟେ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ଥିବାରୁ ବିଜୟ ନେଇ ଆଶା ରଖିଛି ସ୍ପେନ । ଅନ୍ୟପଟେ ସ୍ପେନ୍ ବାଜିମାତ୍ କରିବା ଲକ୍ଷ୍ୟରେ ଥିବା ବେଳେ ଭୁବନେଶ୍ୱର ଗ୍ରାଉଣ୍ଡ ଆମ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି ହରମନପ୍ରୀତ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରୁଛନ୍ତି । ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିବା ସହିତ ଭଲ ଖେଳିବା ଉପରେ ଗୁରୁତ୍ବ ଦେଇଛି ।

Leave A Reply

Your email address will not be published.