ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପୁଣି ବାଜି ମାରିନେଲେ ଗୌତମ ଆଦାନୀ

0
  • ଆଦାନୀ ବିଶ୍ବର ତୃତୀୟ ଧନୀ
  • ଜେଫ୍ ବେଜୋସଙ୍କୁ ପକାଇଲେ ପଛରେ
  • ବିଶ୍ବର ତୃତୀୟ ଧନୀ ତାଲିକାରେ ସ୍ଥାନ କଲେ ପକ୍କା

ମୁମ୍ବାଇ; ଏସିଆର ଏକ ନମ୍ବର ଧନୀ ଏବେ ଦିନକୁ ଦିନ ଉପରକୁ ଉଠିବାରେ ଲାଗିଛନ୍ତି । ଏବେ ପୁଣି ଥରେ ବାଜି ମାରି ନେଇଛନ୍ତି ଗୌତମ ଆଦାନୀ । ସେ ଜେଫ୍ ବେଜୋସଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ଆଦାନୀ ୧୩୧.୩ ଅରବ ଡଲାର ସହ ତୃତୀୟ ସ୍ଥାନ ପକ୍କା କରିଛନ୍ତି ।

ଫୋବର୍ସର ରିଅଲ ଟାଇମ୍ ବିଲିୟନର ରେକର୍ଡ ଅନୁଯାୟୀ ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ଜେଫ୍ ବେଜୋସଙ୍କ ମାତ ଦେଇ ଆଗକୁ ଉଠିଛନ୍ତି । ତେବେ ଜେଫ୍ ବେଜୋସଙ୍କ ସମ୍ପତ୍ତି କଥା କହିବାକୁ ଗଲେ ୧୨୬.୯ ଅରବ ଡଲାର ସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଜେଫ୍ ବେଜୋସଙ୍କ ଠାରୁ ଆଦାନୀ ୪.୪ ଅରବ ଡଲାର ସମ୍ପତ୍ତିରେ ଉଚ୍ଚରେ ରହିଛନ୍ତି ।

ସେପଟେ ନିକଟରେ ୪୪ ଅରବ ଡଲାରରେ ଟ୍ବିଟରର ମାଲିକାନା ଅକ୍ତିଆର କରିଥିବା ଏଲନ ମସ୍କ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏବେବି ନିଜର ସ୍ଥାନ ବଜାୟ ରଖିଛନ୍ତି । ସେ ଏବେବି ଦୁନିଆର ପ୍ରଥମ ଧନୀ ରହିଛନ୍ତି । ମସ୍କଙ୍କ ମୋଟ ସମ୍ପତ୍ତି ୨୨୩.୮ ଅରବ ଡଲାର ରହିଛି । ଏଥିସହିତ ଫ୍ରାନ୍ସର ଅରବପତି ବର୍ନାଡ ଆରନଲ୍ଟ ଦ୍ବିତୀୟ ସ୍ଥାନରେ ନିଜର ଦବଦବା ବଜାୟ ରଖିଛନ୍ତି । ବର୍ନାଡ ଆରନଲ୍ଟଙ୍କ ମୋଟ ସମ୍ପତ୍ତି ୧୫୬.୫ ଅରବ ଡଲାର ରହିଛି ।

ସେହିପରି ଅନ୍ୟ ଧନୀଙ୍କ ମଧ୍ୟରେ୧୦୪.୫ ଅରବ ଡଲାର ସହ ଓ୍ବାରେନ ବଫେଟ୍ ପଞ୍ଚମ, ୧୦୨.୯ ଅରବ ଡଲାର ସହ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟସ୍ ଷଷ୍ଠ ଏବଂ ୧୦୨.୫ ଅରବ ଡଲାର ସମ୍ପତ୍ତି ସହ ଲେରି ଏଲିସନ ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଦୁନିଆର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟ ସାମିଲ ଥିବା ଏସିଆର ଦ୍ବିତୀୟ ଧନୀ ତଥା ମୁକେଶ ଅମ୍ବାନୀ ୮ମ ସ୍ଥାନରେ ନିଜର ସ୍ଥାନ ପକ୍କା କରିଛନ୍ତି । ଅମ୍ବାନୀଙ୍କ ସମ୍ପତ୍ତି ୮୯.୨ ଅରବ ଡଲାର ସହ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ମେଟା ସିଇଓ ମାର୍କ ଜୁକବର୍ଗ ଧନୀ ତାଲିକାର ୨୯ତମ ସ୍ଥାନରେ ରହିଛନ୍ତି । ତାଙ୍କର ସମ୍ପତ୍ତି ଚଳିତବର୍ଷ ଲଗାତର ଖସିବାକୁ ଲାଗିଛି । ତାଙ୍କର ମୋଟ ସମ୍ପତ୍ତି ୩୬.୪ ଅରବ ଡଲାର ରହିଛି।

Leave A Reply

Your email address will not be published.