ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପୁଣି ବାଜି ମାରିନେଲେ ଗୌତମ ଆଦାନୀ

0
  • ଆଦାନୀ ବିଶ୍ବର ତୃତୀୟ ଧନୀ
  • ଜେଫ୍ ବେଜୋସଙ୍କୁ ପକାଇଲେ ପଛରେ
  • ବିଶ୍ବର ତୃତୀୟ ଧନୀ ତାଲିକାରେ ସ୍ଥାନ କଲେ ପକ୍କା

ମୁମ୍ବାଇ; ଏସିଆର ଏକ ନମ୍ବର ଧନୀ ଏବେ ଦିନକୁ ଦିନ ଉପରକୁ ଉଠିବାରେ ଲାଗିଛନ୍ତି । ଏବେ ପୁଣି ଥରେ ବାଜି ମାରି ନେଇଛନ୍ତି ଗୌତମ ଆଦାନୀ । ସେ ଜେଫ୍ ବେଜୋସଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ଆଦାନୀ ୧୩୧.୩ ଅରବ ଡଲାର ସହ ତୃତୀୟ ସ୍ଥାନ ପକ୍କା କରିଛନ୍ତି ।

ଫୋବର୍ସର ରିଅଲ ଟାଇମ୍ ବିଲିୟନର ରେକର୍ଡ ଅନୁଯାୟୀ ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ଜେଫ୍ ବେଜୋସଙ୍କ ମାତ ଦେଇ ଆଗକୁ ଉଠିଛନ୍ତି । ତେବେ ଜେଫ୍ ବେଜୋସଙ୍କ ସମ୍ପତ୍ତି କଥା କହିବାକୁ ଗଲେ ୧୨୬.୯ ଅରବ ଡଲାର ସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଜେଫ୍ ବେଜୋସଙ୍କ ଠାରୁ ଆଦାନୀ ୪.୪ ଅରବ ଡଲାର ସମ୍ପତ୍ତିରେ ଉଚ୍ଚରେ ରହିଛନ୍ତି ।

ସେପଟେ ନିକଟରେ ୪୪ ଅରବ ଡଲାରରେ ଟ୍ବିଟରର ମାଲିକାନା ଅକ୍ତିଆର କରିଥିବା ଏଲନ ମସ୍କ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏବେବି ନିଜର ସ୍ଥାନ ବଜାୟ ରଖିଛନ୍ତି । ସେ ଏବେବି ଦୁନିଆର ପ୍ରଥମ ଧନୀ ରହିଛନ୍ତି । ମସ୍କଙ୍କ ମୋଟ ସମ୍ପତ୍ତି ୨୨୩.୮ ଅରବ ଡଲାର ରହିଛି । ଏଥିସହିତ ଫ୍ରାନ୍ସର ଅରବପତି ବର୍ନାଡ ଆରନଲ୍ଟ ଦ୍ବିତୀୟ ସ୍ଥାନରେ ନିଜର ଦବଦବା ବଜାୟ ରଖିଛନ୍ତି । ବର୍ନାଡ ଆରନଲ୍ଟଙ୍କ ମୋଟ ସମ୍ପତ୍ତି ୧୫୬.୫ ଅରବ ଡଲାର ରହିଛି ।

ସେହିପରି ଅନ୍ୟ ଧନୀଙ୍କ ମଧ୍ୟରେ୧୦୪.୫ ଅରବ ଡଲାର ସହ ଓ୍ବାରେନ ବଫେଟ୍ ପଞ୍ଚମ, ୧୦୨.୯ ଅରବ ଡଲାର ସହ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟସ୍ ଷଷ୍ଠ ଏବଂ ୧୦୨.୫ ଅରବ ଡଲାର ସମ୍ପତ୍ତି ସହ ଲେରି ଏଲିସନ ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଦୁନିଆର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟ ସାମିଲ ଥିବା ଏସିଆର ଦ୍ବିତୀୟ ଧନୀ ତଥା ମୁକେଶ ଅମ୍ବାନୀ ୮ମ ସ୍ଥାନରେ ନିଜର ସ୍ଥାନ ପକ୍କା କରିଛନ୍ତି । ଅମ୍ବାନୀଙ୍କ ସମ୍ପତ୍ତି ୮୯.୨ ଅରବ ଡଲାର ସହ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ମେଟା ସିଇଓ ମାର୍କ ଜୁକବର୍ଗ ଧନୀ ତାଲିକାର ୨୯ତମ ସ୍ଥାନରେ ରହିଛନ୍ତି । ତାଙ୍କର ସମ୍ପତ୍ତି ଚଳିତବର୍ଷ ଲଗାତର ଖସିବାକୁ ଲାଗିଛି । ତାଙ୍କର ମୋଟ ସମ୍ପତ୍ତି ୩୬.୪ ଅରବ ଡଲାର ରହିଛି।

Leave A Reply

Your email address will not be published.