ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ, ୪ମୃତ

0

ଜମ୍ମୁ-କାଶ୍ମୀର; ଜମ୍ମୁ କଶ୍ମୀରର କଶତୱାର ଜିଲ୍ଲାରେ ବିଳମ୍ବିତ ରାତିରେ ଦୁଇଟି ଭୂସ୍ଖଳନ ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।ତେବେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଛି । ଏହି ଲ୍ୟାଣ୍ଡସ୍ଲାଇଡରେ ଜେସିବି ଡ୍ରାଇଭର ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ପୁଲିସର ସୂଚନାନୁସାରେ, ଜେସିବି ଡ୍ରାଇଭର ଏବଂ ଅନ୍ୟ ତିନି ଜଣ ପ୍ରଥମ ଭୂସ୍ଖଳନରେ ଆବର୍ଜନା ତଳେ ପୋତି ହୋଇଯାଇଥିଲେ । ଏହା ପରେ ଏକ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଯେଉଁଠାରେ ଦ୍ୱିତୀୟ ଲ୍ୟାଣ୍ଡସ୍ଲାଇଡ୍ ଘଟିଥିଲା ।

Leave A Reply

Your email address will not be published.