ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଟ୍ୱିଟରର ନୂଆ ବସ୍ ଆଣିଲେ ନୂଆ ନିୟମ

0

ନୂଆଦିଲ୍ଲୀ; ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ଟ୍ୱିଟରର ବ୍ଲୁଟିକ୍‌, ଏବେ ୟୁଜରଙ୍କ ପାଇଁ ମହଙ୍ଗା ହୋଇଛି। ଏଣିକି ବ୍ଲୁ–ଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ହିସାବରେ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ଭେରିଫାଏଡ୍‌ ଆକାଉଣ୍ଟ ଭାବେ ବିବେଚିତ ହେଉଥିବା ବ୍ଲୁଟିକ୍ ପାଇବା ପାଇଁ ଯେଉଁମାନେ ଚାହିଁବେ ତାଙ୍କୁ ମାସକୁ ୮ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୬୧.୭୨ ଟଙ୍କା ଦେବାକୁ ପଡ଼ିବ ।

ଅନ୍ୟପଟେ ଯେଉଁମାନଙ୍କର ବ୍ଲୁ-ଟିକ୍‌ ନାହିଁ ସେମାନଙ୍କୁ ମୁର୍ଖ କହି ଥଟ୍ଟା କରିଛନ୍ତି ମସ୍କ। ସେମାନେ ଅଜଥା ଟ୍ୱିଟରରେ ବୋଝ ହେଉଛନ୍ତି। ବ୍ଲୁଟିକ୍ ହେଉଛି ଲୋକଙ୍କ ପାଇଁ ଶକ୍ତି ବୋଲି ମସ୍କ ଟ୍ୱିଟ୍‌ କରି କହିଛନ୍ତି। ଟ୍ୱିଟରକୁ ଫେକ ଆକାଉଣ୍ଟ ହଟାଇ ସ୍ୱଚ୍ଛ କରିବା ଅଭିଯାନରେ ଅଛନ୍ତି ମସ୍କ। ଆଗକୁ ସେ ଟ୍ୱିଟରେରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଇ ବ୍ୟବସାୟିକ ଲକ୍ଷରେ ଅଛନ୍ତି। ଯେଉଁଥିପାଇଁ ୟୁଜରମାନେ ମଧ୍ୟ ଏହା ମାଧ୍ୟମରେ ଲାଭବାନ ହୋଇପାରିବେ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଟେସଲା ମୁଖ୍ୟ ଏଲନ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାରରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି। କୁହାଯାଉଛି କି ଆଗକୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବେ ।

Leave A Reply

Your email address will not be published.