ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ବିରାଟ ମନ୍ତ୍ର ଶୁଣି ରାହୁଲ ଫର୍ମକୁ ଫେରିଲେ

0

ଆଡିଲେଡ; ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଉପରେ ଏବେ ପୂରା ଭାରତର ନଜର ରହିଛି। ଆଜି ମ୍ୟାଚ୍ ଜିତିଲେ, ଭାରତ ସେମିଫାଇନାଲ ଯିବ। ହେଲେ ଏଥିରେ ଯେଉଁ ଭୟଟି ରହିଥିଲା, ତାହା ହେଲା, ଓପନର୍ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ। ଏଯାଏ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିଲେ ରାହୁଲ। ଏମିତି ଯେ ଦୁଇ ଅଙ୍କ ଛୁଇଁବା କାଠିକର ପାଠ ହୋଇପଡ଼ିଥିଲା। ଭାରତ ଇତିମଧ୍ୟରେ ତିନିଟି ମ୍ୟାଚ୍ ଜିତିଥିଲା ସତ, ହେଲେ ସେଥିରେ ରାହୁଲଙ୍କ ଯୋଗଦାନ ଆଦୌ ନଥିଲା କହିଲେ ଚଳେ।

ହେଲେ ଆଜି ଏହି ସ୍ଥିତିରେ ବଡ ପରିବର୍ତ୍ତନ ଆସିଛି। ଆଜି ଓପନର ରାହୁଲ ଧିମା ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଅତି ସୁନ୍ଦର ପ୍ରଦର୍ଶନ କରିବା ସହିତ ପଚାଶ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ପୁଣି ଥରେ ଫର୍ମକୁ ଫେରିବା ଖବର କେବଳ ରାହୁଲ ପ୍ରେମୀଙ୍କୁ ନୁହେଁ ପୂରା ଭାରତକୁ ଆଶ୍ବସ୍ତ କରିଛି।

ଆଜି ଭାରତୀୟ ଦଳର କ୍ୟାପଟେନ୍ ରୋହିତ ଶର୍ମା ଶୀଘ୍ର ଆଉଟ୍ ହୋଇଯାଇଥିଲେ ହେଁ ପୂରା ଦମଦାର ପ୍ରଦର୍ଶନ କରିଥିଲେ ରାହୁଲ। ଛକା ଚୌକା ବର୍ଷିଥିଲେ। ଏହା ଖେଳର ମାେଡ ବଦଳାଇ ଦେଇଥିଲା। ବିରାଟ କୋହଲି ତାଙ୍କୁ ଉତ୍ସାହିତ କରି ଚାଲିଥିଲେ ଓ ଭାରତ ବଡ ରନ୍ ମୁହାଁ ହୋଇଥିଲା। ଗତକାଲି ଅଭ୍ୟାସ ସମୟରେ ମଧ୍ୟ ବିରାଟ କୋହଲି ପିଚରେ ଦୀର୍ଘ ସମୟ ଧରି ରାହୁଲଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ବିରାଟ ମନ୍ତ୍ର ପାଇବା ପରେ ରାହୁଲ ତାଙ୍କ ପୂରୁଣା ଫର୍ମକୁ ଫେରିଥାଇପାରନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.