ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପଞ୍ଚୁକରେ କେମିତି ରହିବ ପାଣିପାଗ, ଜାଣନ୍ତୁ

0

ଭୁବନେଶ୍ବର; ଦିନକ ପରେ କାର୍ତ୍ତିକ ମାସର ବହୁ ପ୍ରତୀକ୍ଷିତ ସମୟ ଆସିବ। ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ବଡ଼ି ଭୋରରୁ ଉଠି ଗାଧୋଇ ସମସ୍ତେ ଠାକୁର ଦର୍ଶନ ପାଇଁ ମନ ବଳାଇଥାନ୍ତି। କିଛି କିଛି ସମୟରେ ଶୀତ ଏଥିରେ ବାଧକ ସାଜିଥାଏ। ହେଲେ ଏଥର ପାଣିପାଗ ପଞ୍ଚୁକ ପାଇଁ ପୂରା ଅନୁକୂଳ ପାଗ ଧରି ଆସୁଛି। ନା ବେଶୀ ଶୀତ ଥିବ ନା ବର୍ଷାର ଭୟ ରହିଛି। ପାଣିପାଗ ସଂପର୍କରେ ପୂର୍ବାନୁ୍ମାନ କରି ସାର୍ଥକ ମିଶ୍ର ଯେଉଁ ଚିତ୍ର ଆଙ୍କିଛନ୍ତି ତାହା ହେଲା-

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନ ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଅନ୍ୟ ସମସ୍ତ ଜିଲ୍ଲା ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ଏକ ସପ୍ତାହ ଯାଏଁ ବର୍ଷା ସମ୍ଭାବନା ନାହିଁ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୪୮ ଘଣ୍ଟା ପରେ କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧°ସି ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି ତେଣୁ ହାଲୁକା ଶୀତ ଅନୁଭୂତ ହୋଇପାରେ।

Leave A Reply

Your email address will not be published.