ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା

0

କଟକ: ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା। ଚଳିତ ମାସ ୨୩ରୁ ୩୦ ତାରିଖ ଯାଏଁ ମାଟ୍ରିକ ସମେଟିଭ୍ ଆସେସ୍‌ମେଣ୍ଟ-୧ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୩୦ ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସମେଟିଭ୍‌ ପରୀକ୍ଷାରେ ସାମିଲ ହେବା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୋର୍ଡ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷା ପାଇଁ ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ଛାତ୍ରଛାତ୍ରୀମାନେ ଆଜିଠାରୁ ବୋର୍ଡ ୱେବସାଇଟ୍‌ http://www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ଆସନ୍ତା ୧୭ ତାରିଖ ଠାରୁ ଆଡମିଟ୍‌ କାର୍ଡ ମିଳିବ। ନଭେମ୍ବର ୧୧ ତାରିଖ ଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ହେବ। ୧୦୧୨ଟି ସ୍କୁଲରେ ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.