ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର

0

ନୂଆଦିଲ୍ଲୀ: ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ନେଗୀଙ୍କୁ ୧୦୬ ବର୍ଷ ହୋଇଥିଲା । ଗତ ୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ଶେଷ ଭୋଟଦାନ କରିଥିଲେ ନେଗୀ ।ଏଥିନିମନ୍ତେ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କ ଭୋଟଦାନର ବ୍ୟବସ୍ଥା କରାଯାଇଥିଲା। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ନେଗୀ ନିଜ ଜୀବନକାଳରେ ୩୩ ଥର ଭୋଟଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ଏହି ସମୟରେ ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ। ଅନ୍ୟପଟେ ନେଗୀଙ୍କ ଶେଷକୃତ ସମ୍ପନ୍ନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏଥିସହ ସମ୍ମାନପୂର୍ବକ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.