ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆସନ୍ତାକାଲି ଧାମନଗର ଫଳାଫଳକୁ ନେଇ ଚର୍ଚ୍ଚା

0

ଭଦ୍ରକ: ଆସନ୍ତାକାଲି ମିଳିବ ଧାମନଗର ଉପନିର୍ବାଚନ ଫଳାଫଳ। କିଏ ବାଜିମାତ୍ କରିବ କାଲି ଜଣାପଡ଼ିବ। କଡ଼ା ସୁରକ୍ଷା ଭିତରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ବେଳେ କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି ହେବ। ସରକାରୀ ଭାବେ ଏଥର ୬୮ ଦଶମିକ ୯୮ ପ୍ରତିଶତ ଭୋଟ୍ ହୋଇଛି ବୋଲି ଘୋଷଣା କରାଯାଇଛି। ଇଭିଏମରେ ଭୋଟ୍ ଗ୍ରହଣ ହୋଇଥିବାରୁ ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି।

ଫଳାଫଳ ଆସିବା ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଭିତରେ ଉତ୍କଣ୍ଠା। ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ‌ଆଗୁଆ କିଛି କହିହେଉନାହିଁ। ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଏଥର ତାଠୁ ଅଧିକ ଭୋଟରେ ପୁଅ ସୂଯର୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସ ରଖିଛି। ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି କରିଛି। କିନ୍ତୁ କଂଗ୍ରେସ ପାଇଁ ରାସ୍ତା ସଫା ହୋଇପାରୁନି।

Leave A Reply

Your email address will not be published.