ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର

0

ଆଠଗଡ଼: ବିଶେଷ ରୀତିନୀତି ସହ ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ପବିତ୍ର ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯିବ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ସକାଳୁ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବଣ୍ଟନ କରାଯିବ ।

ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତି ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ହେଲେ ଖାଁ ଖାଁ ମନ୍ଦିର ପରିବେଶ । ପୀଠରେ ଜାରି ହୋଇଛି ୧୪୪ ଧାରା । ଏଥିପାଇଁ ମୁଖ୍ୟ ଫାଟକ ପାଖରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ପଞ୍ଚକର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୁକ୍ଳପକ୍ଷ ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସକାଳୁ ଦୈନନ୍ଦିନ ନୀତିକାନ୍ତି ପରେ ପୁଷ୍ପାଳକ ସେବକଙ୍କ ଦ୍ବାରା ଶ୍ରୀଜିଉଙ୍କୁ ବେଶ କରାଯାଇଥିଲା । ଆଡ଼କିଆ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଇଥାଏ । ଦେବୀ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜା ଯାଇଥାଏ । ଦୁଇବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ବିମୋହିତ ହୋଇଥିଲେ ।

Leave A Reply

Your email address will not be published.