ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର

0

ଆଠଗଡ଼: ବିଶେଷ ରୀତିନୀତି ସହ ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ପବିତ୍ର ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯିବ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ସକାଳୁ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବଣ୍ଟନ କରାଯିବ ।

ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତି ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ହେଲେ ଖାଁ ଖାଁ ମନ୍ଦିର ପରିବେଶ । ପୀଠରେ ଜାରି ହୋଇଛି ୧୪୪ ଧାରା । ଏଥିପାଇଁ ମୁଖ୍ୟ ଫାଟକ ପାଖରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ପଞ୍ଚକର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୁକ୍ଳପକ୍ଷ ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସକାଳୁ ଦୈନନ୍ଦିନ ନୀତିକାନ୍ତି ପରେ ପୁଷ୍ପାଳକ ସେବକଙ୍କ ଦ୍ବାରା ଶ୍ରୀଜିଉଙ୍କୁ ବେଶ କରାଯାଇଥିଲା । ଆଡ଼କିଆ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଇଥାଏ । ଦେବୀ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜା ଯାଇଥାଏ । ଦୁଇବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ବିମୋହିତ ହୋଇଥିଲେ ।

Leave A Reply

Your email address will not be published.